ବାସୁଦେବପୁର ବ୍ଲକ୍ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ : “ପାଇଖାନା କେଁ”ର ଖୋଳତାଡ଼

0

ବାସୁଦେବପୁର(ପ୍ରତାପ ପାଢୀ): ଆଜି ବାସୁଦେବପୁର ରେ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଦେଖିବାକୁ ମିଳିଥିଲା ବାଲେଶ୍ଵର ଭିଜିଲାନ୍ସ ଟିମ୍ କୁ | ସୂଚନା ଅନୁସାରେ ଆଜି ବାସୁଦେବପୁର ରେ ପାଇଖାନା ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ବାଲେଶ୍ଵରର ଭିଜିଲାନ୍ସ ଏସପି ଙ୍କ ନିର୍ଦେଶରେ ଏକ ଟିମ୍ ବାସୁଦେବପୁର ବ୍ଲକ୍ କାର୍ଯ୍ୟାଳୟ ପହଞ୍ଚି ତଦନ୍ତ ଚଳାଇଛନ୍ତି। ବହୁତ୍ ଆଗରୁ ବାସୁଦେବପୁରବ୍ଲକ ରେ ବିଭିନ୍ନ ପଞ୍ଚାୟତରେ ପାଇଖାନା ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ହେଉଥିଲା | ଏ ନେଇ ଖବର ମଧ୍ୟ ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶ ପାଇଛି। ଆଜି ଏହାର ତଦନ୍ତ କରିବାକୁ ବାଲେଶ୍ଵର ଭିଜିଲାନ୍ସ ଟିମ୍ ବାସୁଦେବପୁର ରେ ଉପସ୍ଥିତ ରହି ତଦନ୍ତ ଚଳାଇ ଛନ୍ତି। ରିପୋର୍ଟ ଲେଖା ସୁଧା ତଦନ୍ତ ଜାରି ରହିଛି |

Leave A Reply

Your email address will not be published.