ରାଉରକେଲା ରେ ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ଼: ରାଉରକେଲା ସହ ଅନ୍ୟ ୬ଟି ସ୍ଥାନରେ ଚଢ଼ାଉ।

0

ରାଉରକେଲା/ବସନ୍ତ କୁମାର ଜେନା:ରାଉରକେଲା ଏଡିଏମ ଅଫିସ ରେ କାର୍ଯ୍ୟରତ ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକଙ୍କ ଘରେ ଏବଂ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।
ରାଉରକେଲା ସହ ଭୁବନେଶ୍ୱର ଏବଂ ଯାଜପୁର ଜିଲ୍ଲା କଳିଙ୍ଗନଗର ରେ ଥିବା ଘରେ ମଧ୍ୟ ରେଡ଼ ହେଉଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହେଉଥିବା ଭିଜିଲାନ୍ସ ସୂତ୍ରରୁ ପ୍ରକାଶ। ଭିଜିଲାନ୍ସ ବିଭାଗର ସମୁଦାୟ ୭ଟି ଟିମ ଏହି ରେଡ଼ ରେ ସାମିଲ ଥିବା ବେଳେ ୬ଟି ସ୍ଥାନରେ ରେଡ଼ ହେଉଛି। ରାଉରକେଲା ଅଫିସ , ଛେଣ୍ଡ କଲୋନୀରେ ଥିବା ଦୁଇଟି ଘର , ଭୁବନେଶ୍ୱର ରେ ଥିବା ଦୁଇଟି ଘର ଏବଂ ଯାଜପୁର ଜିଲ୍ଲା କଳିଙ୍ଗନଗର ରେ ଥିବା ଘରେ ଏହି ଚଢ଼ାଉ ଆଜି ସକାଳୁ ଜାରି ରହିଛି।

ଏଡିଏମ ଅଫିସ ରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ ଯୋଗଦେବା ପୂର୍ବରୁ ମନୋରଞ୍ଜନ ରାଉରକେଲା ରେ ସ୍ୱାସ୍ଥ୍ୟ ବିଭାଗରେ କାମ କରୁଥିଲେ। ରାଉରକେଲା ସରକାରୀ ହସ୍ପିଟାଲ , ପାନପୋଷ ହସ୍ପିଟାଲ ସହ ସହରର ବିଭିନ୍ନ ସରକାରୀ ହସ୍ପିଟାଲ ରେ ସେ ୨୦ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟରତ ଥିଲେ।

Leave A Reply

Your email address will not be published.