ଭାରତ ରତ୍ନ ଲତା ମଙ୍ଗେସକର୍ ଓ ସାମ୍ବାଦିକ ରୋହିତ ବିଶ୍ବାଳଙ୍କୁ ଶ୍ରଦ୍ଧାଞ୍ଜଳି

0

ଜଗତସିଂହପୁର//ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ଭାରତ ରତ୍ନ ଲତା ମଙ୍ଗେସକର୍ ଓ ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଶଶାଙ୍କ ଶେଖର ପଣ୍ଡା, ପ୍ରମୋଦ ନାଏକ, ଦୀପକ ମହାନ୍ତି,ସୁମନ୍ତ ଦାସ,ପିନାକୀ ମହାନ୍ତି, ଦୁର୍ଯ୍ୟୋଧନ ମହାରଣା, ରମାକାନ୍ତ ଦାସ, ରଶ୍ମୀରଞ୍ଜନ ମହାପାତ୍ର, ତାରାପଦ ମହାନ୍ତି, ଜ୍ୟୋତିରଞ୍ଜନ ପରିଡ଼ା, ମାନସ ସ୍ଵାଇଁ, ତପନ ରାଉତରାୟ ତପନ ଦାସ, ଗୟାଧର ମହାରଣା, ଅଶ୍ବିନୀ ସାହୁ, ସାରଦା ଦାସ, ସରୋଜ ନାଏକ, ସାରସ୍ଵତ ପରିଷଦ ସଭାପତି ଅଧ୍ୟାପକ ହିମାଂଶୁ ଶେଖର ଆଚାର୍ଯ୍ୟ, ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ ରାଉତରାୟ, ଆଇନଜୀବୀ ରୁଦ୍ରନାରାୟଣ ନାୟକ, ବରିଷ୍ଠ ସମାଜସେବୀ ପ୍ରଦୀପ ମିତ୍ର, ସାମ୍ବାଦିକ ଚନ୍ଦ୍ରକାନ୍ତ ଦାସ, ଅକ୍ଷୟ ମହାନ୍ତି, ପ୍ରଫୁଲ କୁମାର ସାହୁ ଓ ପ୍ରକାଶ ନାୟକ ପ୍ରମୁଖ ଯୋଗଦେଇ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ମୋହନଗିରି ରାସ୍ତାର କର୍ଲାଖୁଟା ପୋଲ ନିକଟରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ମୋହନଗିରି ସାମ୍ବାଦିକ ରୋହିତ କୁମାର ବିଶ୍ବାଳ ଓ ଭାରତରତ୍ନ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଦୁଇ ମହାନ ଆତ୍ମାର ସଦଗତି କାମନା କରାଯିବା ସହ ନିରବ ପ୍ରାର୍ଥନା କରାଯାଇଥିଲା l

 

Leave A Reply

Your email address will not be published.