ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ବିଶ୍ୱନାଥ କଲ୍ୟାଣ ମଣ୍ଡପ ଠାରେ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଡ. ବୄଷକେତୁ ଦାଶଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
ଏହି ସ୍ମୁତି ସୌରଭ ସମ୍ବର୍ଦ୍ଧନା ସମାରୋହରେ ପୁରାତନ ଛାତ୍ର ସଂସଦର ସଭାପତି ବସନ୍ତ ଦାଶ ପୌରହିତ୍ୟ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାରଳା ରାଜଜେମା କଲ୍ୟାଣୀ ଦେବୀ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ରୂପେ ଗୁରୁ ଗୌରବ ଗୌରଚନ୍ଦ୍ର ପଣ୍ଡା ଓ ସମ୍ମାନୀତ ଅତିଥି ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ।
ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ପ୍ରଧାନଶିକ୍ଷକ ଡ.ଦାଶଙ୍କ ବିଦ୍ୟାଳୟରେ ରହଣି କାଳରେ ପୁରାତନ ତଥା ଖ୍ୟାତି ସଂପର୍ଣ୍ଣ ବିଦ୍ୟାଳୟର ପ୍ରଭୂତ ଉନ୍ନତି ଓ ପ୍ରଗତି ହୋଇଥିବାବେଳେ ତାଙ୍କରି ବଳିଷ୍ଠ ଉଦ୍ୟମରେ ମୋ ସ୍କୁଲ ଅଭିଯାନ ଆନୁକୂଲ୍ୟରେ ଶ୍ରେଣୀକକ୍ଷ ନବୀକରଣ, ବଗିଚା ଉନ୍ନୟନ, ଡ୍ରେନ ନିର୍ମାଣ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ପାଠାଗାର ପୁସ୍ତକ ସଂରକ୍ଷଣ , ବିଦ୍ୟାଳୟର ସୌନ୍ଧର୍ଯୀକରଣ ପରି ଅନେକ ଉନ୍ନତିକରଣ କାର୍ଯ୍ୟ ହୋଇଥିବାରୁ ଡ.ଦାଶଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।
ଡ.ଦାଶଙ୍କ ନେତୃତ୍ଵରେ ଅଟଳ ଟିଙ୍ଗରିଙ୍ଗ ଲେବ ପ୍ରତିଷ୍ଠା, ଭୋକେସନାଲ ଅଟୋମେଟିଭ ଟ୍ରେଡ ପ୍ରତିଷ୍ଠା, ସ୍ମାର୍ଟ କ୍ଳାସ, ମଡେନ ଲେବ୍ରୋଟେରି, ଇ-ଲାଇବ୍ରେରୀ ସ୍ଥାପନ ଆଦି କାର୍ଯ୍ୟ କରି ବିଦ୍ୟାଳୟର ଖ୍ୟାତି ବଢାଇଥିବା ପୁରାତନ ଛାତ୍ର ଗଣ ନିଜ ନିଜ ବକ୍ତବ୍ୟରେ ବଖାଣିଥିଲେ। ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସଭା ସଞ୍ଚାଳନ କରିଥିବା ବେଳେ ରମେଶ ଚନ୍ଦ୍ର ଚୌଧୂରୀଙ୍କ ନେତୃତ୍ଵ ଓ ଆବାହକ ତ୍ଵରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କ ସ୍ୱର ନିର୍ଦ୍ଦେଶନାରେ ଭକ୍ତି ସଙ୍ଗୀତ ସଂସଦର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।
ପୁରାତନ ଛାତ୍ର ବସନ୍ତ ପଣ୍ଡା, ନରସିଂହ ଚୌଧୁରୀ, ରମେଶ ଚୌଧୁରୀ, ନୃସିଂହ ଚରଣ ପଟ୍ଟନାୟକ, ନିତ୍ୟାନନ୍ଦ ଚୌଧୁରୀ , ଅମୂଲ୍ୟ ପାଣିଗ୍ରାହୀ, ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ , ହୀରାଚାନ୍ଦ ପଟ୍ଟନାୟକ , ରାଜେନ୍ଦ୍ର ବେହେରା, ବାବୁଲା ପଟ୍ଟନାୟକ, ରବି ସାହୁ, କେ.ରାମସ୍ଵାମୀ , ରାମ ଶଙ୍କର ପଟ୍ଟନାୟକ , ରାଜକିଶୋର ପଟ୍ଟନାୟକ , ଜମିଦାର ପଟ୍ଟନାୟକ ସ୍ଥାନୀୟ ବୁଦ୍ଧିଜୀବି,ସାମ୍ୱାଦିକ ବହୁସଂଖ୍ୟାରେ ଏହି ସମାରୋହରେ ଯୋଗଦେଇଥିଲେ। ଛାତ୍ର ସଂସଦ ପକ୍ଷରୁ ଡ.ଦାଶଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.