ବିଶିଷ୍ଟ ସଂଗୀତଜ୍ଞ ଡ. ଦାମୋଦର ହୋତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

0

ରାଜ୍ୟ ସମ୍ମାନ ସହିତ ହେବ ପଣ୍ଡିତ ହୋତାଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର (ଶାସକ ପ୍ରଶାସକ): ବିଶିଷ୍ଟ ହିନ୍ଦୁସ୍ତାନୀ ଗୁରୁ ପଣ୍ଡିତ ଦାମୋଦର ହୋତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ତାଙ୍କର ଗଭୀର ସମବେଦନା ଜଣାଇବା ସହ ପଣ୍ଡିତ ଦାମୋଦର ହୋତାଙ୍କ ଅନ୍ତିମ ସଂସ୍କାର ରାଜ୍ୟ ସମ୍ମାନ ସମ୍ମାନ ସହ ସମ୍ପନ୍ନ ହେବା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି |

Leave A Reply

Your email address will not be published.