ଆର୍ଯ୍ୟ କପ୍ କ୍ରିକେଟ୍ ଉଦଯାପିତ: ଖୁଜେନ ଚମ୍ପିୟାନ

0

ପଦ୍ମପୁର: ନୂଆଁପାଲି ଠାରେ ଆୟୋଜିତ ୯ମ ଆର୍ଯ୍ୟ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ଖୁଜେନ ଦଳ ଶୁକୁଲିପାହାଡ଼ ଦଳକୁ ହରାଇ ଚମ୍ପିୟାନ ହୋଇଥିଲେ। ଉଦଯାପନୀ ଉତ୍ସବରେ ଭୋଜରାଜ ସିଂ ବରିହା ମୁଖ୍ୟ ଅତିଥି ଓ ରଜନୀ ସାହୁ, ଯାଦବ ସିଂ ବରିହା, ସୂର୍ଯ୍ୟ ପ୍ରସାଦ ହୋତା, ଟଙ୍କମଣି ସ୍ବାଇଁ, ବାଞ୍ଛାନିଧି ନାୟକ, ଲକ୍ଷ୍ମଣ ସାହୁ, ଭୁବନ ସାହୁ, ନୀଳକଣ୍ଠ ବୁଡ଼େକ, ଅଶ୍ଵିନୀ ଧରୁଆ ଓ ସୁଦାମ ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ନଗଦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ।

ଅମ୍ପାୟାର ସମୃତ ଓ ରଜନୀ ମ୍ୟାଚ ପରିଚାଳନା କରିଥିଲେ। କପିଲ, ପରମାନନ୍ଦ ଓ ହେମନ୍ତ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ ଏବଂ ସୁଶାନ୍ତ ପ୍ରଧାନ ଧାରାବିବରଣୀ ପ୍ରଦାନ କରିଥିଲେ। ପଦ୍ମନାଭ, କୈଳାସ, ଅକ୍ଷୟ, ସମୀର, ଯାଦବ, ବେଙ୍ଗୁ, ରାଜୁ, ଶିବମ ଓ ଆର୍ୟା ସ୍ପୋଟିଂ ର ସଦସ୍ୟମାନେ ବିଶେଷ ସହଯୋଗ କରିଥିଲେ।

Leave A Reply

Your email address will not be published.