ନିଲୁ ବିଷୋୟୀ/ଭଞ୍ଜନଗର: ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଗୁରୁତ୍ବ ରଖୁଥିବା ପର୍ଯ୍ୟଟନ କ୍ଷେତ୍ର ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଏବଂ ବେଲେଶ୍ବର ପିଠ ଶୁକ୍ରବାର ଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି। କରୋନା କଟକଣା ପାଇଁ ଗତବର୍ଷ ଡିସେମ୍ବର ୨୫ ତାରିଖରୁ ଏହି ପାର୍କକୁ ସଂପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପରେ ଏହି ପର୍ଯ୍ୟଟନ ବିଭବକୁ ଖୋଲିବା ନେଇ ଅନେକ ଥର ଦାବି ହେଉଥିଲା। କିନ୍ତୁ ଶୀତଦିନ ସାଙ୍ଗକୁ ବର୍ଷ ଶେଷରେ ପର୍ଯ୍ୟଟକ ମାନଙ୍କ ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହାକୁ ଖୋଲିବା ନିମନ୍ତେ ଅନୁମତି ଦିଆଯାଇନଥିଲା। କଟକଣା କୋହଳ ହେବା ପରେ ପ୍ରଶାସନର ନିର୍ଦ୍ଦେଶ ଆସିବା ପରେ ଆଜି ଠାରୁ ଉଭୟ ପର୍ଯ୍ୟଟନ ସ୍ଥଳକୁ ଖୋଲା ଯାଇଛି।
ଦୀର୍ଘ ଦିନ ପରେ ଖୋଲା ଯାଇଥିବାରୁ ଆଜି ପାର୍କ ଖୋଲିବାର ପ୍ରଥମ ଦିନରେ ଲୋକ ମାନଙ୍କ ସେତେଟା ଉତ୍ସାହ ଥିବା ପରିଲିକ୍ଷିତ ହୋଇନଥିଲା। ପାର୍କ ଖୋଲିବା ଖବର ଅନେକ ଲୋକ ଜାଣି ନଥିବା ବେଳେ ଆଗାମୀ ଦିନରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଆଜି କିଛି ହାତ ଗଣତି ଲୋକ ପାର୍କକୁ ଆସିଥିବା ଦେଖିବାକୁ ମିଳିଥିଲା। ବନ୍ଦ ସମୟରେ ଶିଶୁ ଉଦ୍ୟାନ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଏହାର ରକ୍ଷଣାବେକ୍ଷଣା କରାଯିବା ସହିତ ପାର୍କକୁ ଆସୁଥିବା ଆଗନ୍ତୁକ ମାନଙ୍କ ଯାନ ବାହାନ ରଖିବା ସହ ଉଠା ଦୋକାନି ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଯେଉଁ ପରିମାଣରେ ଆଜି ଜନ ସମାଗମ ହେବ ବୋଲି ଅନୁମାନ କରାଯାଉଥିଲା ତାହା ପ୍ରଥମ ଦିନରେ ଦେଖିବାକୁ ମିଳିନାହିଁ। ପାର୍କ କର୍ତ୍ତୁପକ୍ଷ ପକ୍ଷରୁ କରୋନାକୁ ନିୟମକୁ ଦୃଷ୍ଟିରେ ରଖି ଗେଟ୍ ସମ୍ମୁଖରେ ସାନିଟାଇଜର ରଖିବା ସହ ମାସ୍କ ପରିଧାନକୁ ବାଧ୍ୟତା ମୂଳକ କରାଯାଇଛି। ଭିଡକୁ ନିୟନ୍ତ୍ରଣ କରିବା ପାଇଁ କର୍ତ୍ତୁପକ୍ଷ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିସହ ପାର୍କ ଭିତରେ ସାମାଜିକ ଦୂରତ୍ବ ଅବଲମ୍ବନ କରିବା ସହ ବାରମ୍ବାର ସାନିଟାଇଜର ବ୍ୟବହାର କରିବା ନମନ୍ତେ ସମସ୍ତ ପର୍ଯ୍ୟଟକ ମାନଙ୍କୁ ସଚେତନ କରାଯାଉଥିବା ଦେଖିବାକୁ ମିଳିଥିଲା। ସେହିପରି ପାର୍କ ସଂଲଗ୍ନ ବେଲେଶ୍ବର ପିଠରେ ମଧ୍ୟରେ ଲୋକଙ୍କ ସମାଗମ ହୋଇଥିଲା। ବନ୍ଦ ସମୟରେ ମନ୍ଦିର ରୀତିନୀତି ସମ୍ପନ୍ନ ହେଉଥିବା ବେଳେ ଦର୍ଶନ ସଂପୂର୍ଣ୍ଣ ବନ୍ଦ ରହିଥିଲା।
Sign in
Sign in
Recover your password.
A password will be e-mailed to you.
Prev Post