ମୁନୁଷର ଜାଏତ ସମ୍ବଲପୁରୀ ଫିଲ୍ମର ପ୍ରିମିୟର ସୋ ଅନୁଷ୍ଠିତ ।

0

ପଦ୍ମପୁର (ଶାସକପ୍ରଶାସକ)- ପଦ୍ମପୁର ସହରର ରାଜାଜୀ ଟାଉନ ହଲ୍ ଠାରେ ଆଜି ଅପରାହ୍ନ ୩.୦୦ ଟାରେ କୋଭିଟ୍ କଟକଣାକୁ ପାଳନକରି ସମ୍ବଲପୁରୀ ଚଳଚିତ୍ର “ମୁନୁଷର୍ ଜାଏତ୍”ର ଦ୍ବିତୀୟ ଶୋ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥି ରୂପେ ନାଟ୍ୟ ଜଗତର ଆଗଧାଡିର ବ୍ୟକ୍ତିତ୍ବ ଶ୍ରୀଯୁକ୍ତ ଅଶୋକ ବହିଦାର, ଡଃ ବଳଦେବ କର, ସଂଙ୍ଗୀତ ଜଗତର ଚର୍ଚ୍ଚିତ ଚେହେରା ଶ୍ରୀଯୁକ୍ତ ସୁରେନ୍ଦ୍ର ସାହୁ ଭଳି ଅନେକ କଳାପ୍ରେମୀ ଉପସ୍ଥିତ ହୋଇଥିଲେ । ଏହି ଫିଲ୍ମ କୁ ନିର୍ଦ୍ଦେଶନା ତଥା ନିର୍ମାଣ କରିଛନ୍ତି ଯୁବ ନିର୍ଦ୍ଦେଶକ ଶ୍ରୀମାନ ବିରେନ୍ଦ୍ର ବନଛୋର୍ । ତାଙ୍କ ଦ୍ବାରା ଏହି ଫିଲ୍ମ ନିର୍ମିତ ଓ ତାଙ୍କର ବିଜାର୍ ଫିଲ୍ମ ୟୁଟୁବ୍ ଚ୍ୟାନେଲରେ ପ୍ରଥମ ଫିଲ୍ମ । ଏଥିରେ ମୂଖ୍ଯ ଚରିତ୍ରରେ ଅଭିନୟ କରିଛନ୍ତି ଆଶୁତୋଷ ମିଶ୍ର, ନବାଗତା ନାୟିକା ସୁନାଲି ନାୟକ, ଲିଙ୍କନ ରଥ,ଲଳିତ ପୁଝାରୀ,କପିଲଦେବ ଛୁରା, ମନୋରଞ୍ଜନ ନାୟକ, ଆରଦ୍ରା କୁମାର ବାଗ୍, ପ୍ରେମ ସାଗର ଫଉଜଦାର, ବିଶ୍ବନାଥ ସେଠ୍, ସୁରଜ ସେଠ୍, ଗିରିଜା ବାରିକ୍ ଆଦି….. କ୍ୟାମେରା ପରିଚାଳନା କରିଛନ୍ତି ରାଜକୁମାର ଚୋକଦାର୍ ଏବଂ ଏଡିଟିଙ୍ଗ ଦାୟୀତ୍ବରେ ଥିଲେ ଯୁବ ଏଡିଟର୍ ରାଜେଶ ଚୈ।ଧୁରୀ ‌
ମଞ୍ଚ ସଞ୍ଚାଳନ କରିଥିଲେ ଉଦୟ କୁମାର ମହାପାତ୍ର । ସିନେମାରେ କଣ୍ଠଶିଳ୍ପୀ ଅଜିତ ପାଣିଗ୍ରାହୀ, ମୁଗ୍ଧା ଦାଶ ଓ ଟୁକଲୁ୍ ଦାଶ ସ୍ବରରେ ସଜେଇଥିବା ବେଳେ ଶ୍ରୀ ତୁଲାରାମ କଲେତ ସଂଙ୍ଗୀତରେ ହେଇଛନ୍ତି । ପାଖାପାଖି ଏକ ସହ ଲୋକ ଚଳଚିତ୍ର ଦେଖିଥିବା ବେଳେ, ପ୍ରଶଂସା ମଧ୍ୟ କରିଥିଲେ । ଆଗାମୀ ଫେବୃଆରୀ ୫ ତାରିଖ ସଂଧ୍ୟା ୬.୦୦ ଟାରେ ବିଜାର୍ ଫିଲ୍ମ ୟୁଟୁବ ଚ୍ୟାନେଲରେ ଏହି ଫିଲ୍ମ ରିଲିଜ୍ କରାଯିବ ।

Leave A Reply

Your email address will not be published.