ଏରସମାରେ ନିବାଚନ ଖର୍ଚ୍ଚ ସମନ୍ଧୀୟ କର୍ମଶାଳା

0

ଜଗତସିଂହପୁର\/ସୁମନ୍ତ କୁମାର ଦାସ:ଏରସମା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଚରଣ ବିଧି ଓ ପ୍ରାଥୀଙ୍କ ଖର୍ଚ ସମ୍ବୋଦ୍ଧୀୟ କର୍ମଶାଳା ଏରସମା ବ୍ଲକ ସଭାଗ୍ରହରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ନିବାଚନ ମୈଦାନରେ ପ୍ରତିଦ୍ବନ୍ଦିତା କରୁଥିବା ବ୍ଲକର ୨୫ଟି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଓ ସମିତି ସଭ୍ୟ ପ୍ରାର୍ଥୀମାନେ କର୍ମଶାଳାରେ ଯୋଗଦେଇଥିଲେ ଏରସମା ବ୍ଲକ ନିବାଚନ ଅଧିକାରୀ ତଥା ମଣ୍ଡଳ ଉନ୍ନୟନ ଅଧିକାରୀ କୈଳାସ ଚନ୍ଦ୍ର ବେହେରା ନିବାଚନ ଆଚରଣ ବିଧୂ ଓ ପ୍ରାଥୀ ମାନଙ୍କ ଖର୍ଚ୍ଚ ସମ୍ପର୍କରେ ବିସ୍ତ୍ରୁତ ଆଲୋଚ ନା କରିଥିଲେ । ଯେପରିକି ପ୍ରାଥମାନେ ନିବାଚନ ସମୟରେ ରାଜ୍ୟ ନିର୍ବାଚନ କମିଶନ, ଓଡିଶାଙ୍କ ଆଦେଶନାମାକୁ ସଠିକରୂପେ ପାଳନ କରିବେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନେ ସରକାରୀ ଅଧୀକାରୀଙ୍କ ବିନା ଅନୁମତିରେ କୈଣସି ସ୍ଥାନରେ ନିଜର ପୋଷ୍ଟର କିମ୍ବା ବ୍ୟାନର ଲଗାଇପାରିବେ ନାହିଁ ପ୍ରସ୍ତର ସମୟରେ ସମିତି ସଭ୍ୟ ଓ ସରପଂଚ ପ୍ରାଥୀ ଦୁଇଟି ଜିପ୍ ବା କାର୍ ଓ ପାଞ୍ଚଟି ମୋଟର ସାଇକଲ ଧାର୍ଯ୍ୟସୀମା ମଧ୍ୟରେ ବ୍ୟବହାର କିରିପାରିବେ ପ୍ରାର୍ଥୀମାନେ ବ୍ୟବହାର କରୁଥିବା ମୋଟରଯାନର ସମସ୍ତ କାଗଜପତ୍ର ସ୍ଥାନୀୟ ବ୍ଲକ ପ୍ରସାଶନ ଅଧିକାରୀଙ୍କ ପାଖରେ ଦାଖଲ କରିବେ ପ୍ରାର୍ଥୀମାନଙ୍କର ସରପଂଚ ଓ ସମିତି ସଭ୍ୟ ପ୍ରତିଦ୍ବନ୍ଦୀତା କରୁଥିବା ପ୍ରାଥୀମାନେ ନିବାଚନ ଖର୍ଚ ସୀମା ସର୍ବାଧୀକ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସହିତ ନିବାଚନ କମିଶନ ଓଡିଶାଙ୍କ ସମସ୍ତ ଆଚରଣଵିଧି ନିୟମକୁ ସଠିକ୍ ଭାବେ ପାଳନ କରିବାପାଇଁ ବ୍ଳକ ନିର୍ବାଚନ ଅଧିକାରୀ ପ୍ରାଥୀମାନଙ୍କୁ ପରାମର୍ଶ ଦେଇଥିଲେ l

Leave A Reply

Your email address will not be published.