ଗୋବିନ୍ଦପୁର ରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କ ଭୋଟ ଭିକ୍ଷା

0

ଜଗତସିଂହପୁର / ସୁମନ୍ତ କୁମାର ଦାସ : ତିର୍ତ୍ତୋଲ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ମାନଙ୍କର ଗାଁ ଗାଁ ରେ ପ୍ରଚାର ଜ଼ମିବାକୁ ବସିଲାଣି. ତିର୍ତ୍ତୋଲ ବ୍ଲକ ଗୋବିନ୍ଦ ପୁର ପଞ୍ଚାୟତ ରେ କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାଥୀନି ମୋୖସିମି ଦାଶ ଓ ସମିତି ସଭ୍ୟ ପ୍ରାର୍ଥୀ ଦେବ ପ୍ରସାଦ ନାୟକ (ଫେଲୁ )ଘର ଘର ବୁଲି ନିଜ ନିଜ ସପକ୍ଷରେ ଜନସାଧାରଣ ମାନଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ | ସରପଞ୍ଚ ପ୍ରାର୍ଥୀନି ଶ୍ରୀମତୀ ଦାଶ ଙ୍କର ଖୋଲା ବହି, ସମିତି ସଭ୍ୟ ପ୍ରାଥୀ ଶ୍ରୀଯୁକ୍ତ ନାୟକ ଙ୍କ ବସ ଚି଼ହ୍ନ ରେ ମୋହର ମାରି ବିପୁଳ ସଂଖ୍ୟାରେ ଜୟ ଯୁକ୍ତ କରିବା ପାଇଁ ଜନସାଧାରଣ ମାନଙ୍କୁ ନିବେଦନ କରିଥିଲେ. ବିଗତ ଦିନରେ ଏହି ପଞ୍ଚାୟତରେ ହୋଇଥିବା ଦୁର୍ନୀତି, ଅନ୍ୟାୟ ଅତ୍ୟାଚାର ବିରୋଧରେ ଲଢେଇ ଜାରି ରହିବ ବୋଲି ପ୍ରାଥୀ ମାନେ ମତ ଦେଇଥିଲେ. ଏହି କ୍ୟାମ୍ପନିଙ୍ଗ ରେ ଯୁବ ସମାଜସେବୀ ଲକ୍ଷ୍ମୀଧର ଦାଶ, କେଦାର ରଞ୍ଜନ ମହାନ୍ତି, ହିକମତ ସାହା, ଶୁଭ ନାରାୟଣ ନାୟକ, ପିତାମ୍ବର ଦାସ, ଅନିତ ଦାସ, ବାଜିଆ ମନ୍ତ୍ରୀ, ଗାଲେଖ ସାହୁ, ଅଜୟ କୁମାର ତାରିଣୀଆ, ବାବନ ଲେଙ୍କା, କାଦମ୍ବିନୀ ସେଠି, ଇତଶ୍ରୀ ଦାସ, ମିନତୀ କାଣ୍ଡି, ସବତା ଦାଶ, ଜିତେନ୍ଦ୍ର ମହାନ୍ତି, ସରୋଜ ନାୟକ ଙ୍କ ସମେତ କର୍ମୀ ପ୍ରଚାର ରେ ସାମିଲ ହୋଇଥିଲେ. ଏହି ପଞ୍ଚାୟତରେ ଜନସାଧାରଣ ମାନଙ୍କର କଂଗ୍ରେସ ସମର୍ଥିତ ପ୍ରାଥୀ ମାନଙ୍କ ପ୍ରତି ଭରପୁର ସମର୍ଥନ ରହିଥିବା ଦେଖିବାକୁ ମିଳିଥିଲା |

Leave A Reply

Your email address will not be published.