ମାଳିମୁଣ୍ଡା ଗାଁ ରାସ୍ତା କାଦୁଅ ସରସର

0

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଗାଁ ମାନଙ୍କୁ ପକ୍କା ଘର ରାସ୍ତା, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ବିଜୁ ଏକ୍ସପ୍ରେସ ରାସ୍ତା ନିର୍ମାଣ ପରି ଯୋଜନା ଗୁଡ଼ିକୁ କାର୍ଯ୍ୟକାରୀ କରିବା ହେତୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି !ହେଲେ ଏହି ଦାୟିତରେ ନ୍ୟସ୍ତ ଥିବା ଅଧିକାରୀଙ୍କ ଉଦାସୀନ ମନୋଭାବ ଯୋଗୁଁ ଆଜି ଦିନରେ ପ୍ରକୃତ କାମ ନହୋଇ କାଗଜ କଲମରେ ସୀମିତ ରହୁଥୁବାର ଦେଖିବାକୁ ମିଳିଛି ।ସୂଚନା ଆଧାରରେ, ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ମାଳିମୁଣ୍ଡା ଗ୍ରାମର ମଧ୍ୟବର୍ତ୍ତୀ ସ୍ଥାନର ରାସ୍ତାରେ କାଦୁଅ ଓ ପାଣି ଜମା ହୋଇ ରହିଯାଉଥିବାରୁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।ଆହୁରି ମଧ୍ୟ, ଦୀର୍ଘଦିନ ଧରି ଅଳିଆ ଆବର୍ଜନା ଜମି ରହିବା କାରଣରୁ ଗାଁର ପରିବେଶ ମଧ୍ୟ ଖରାପ ହେଉଥିବାର ଦେଖିବାକୁ ମିଳିଛି ! କାରଣ ନିକଟ ଅତୀତରେ ଏହି ଗ୍ରାମର ଅନେକଙ୍କୁ ପରିବେଶ ଜନିତ ସମସ୍ୟା ହୋଇଥିବାର ତଥା ଚର୍ମରୋଗ, ଶ୍ୱାସ ଜନିତ ସମସ୍ୟା ଦେଖା ଦେଖାଦେଇଥିବାର ସ୍ଥାନୀୟ ସରକାରୀ ଚିକିତ୍ସାଳୟର ରେଜିଷ୍ଟର  ପ୍ରମାଣ କରେ ! ତେବେ ଆମ ପ୍ରତିନିଧି ସରଜମୀନ ତଦନ୍ତରେ ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ମାଳିମୁଣ୍ଡା ଗ୍ରାମର ଉପରପଡାର  ଗାଁ ମଝି ରାସ୍ତାରେ ଅଳିଆ ଆବର୍ଜନା ପାଣି ଆସି ଜମା ହୋଇ ରହିଯାଉଥିବା ରୁ ପଡାବାସୀଙ୍କ ସମେତ ପ୍ରତିଦିନ ଏହି ରାସ୍ତା ଦେଇ ଯାଉଥିବା ଶହ ଶହ ଲୋକ, ଛାତ୍ର ଛାତ୍ରୀ ତଥା ବ୍ୟବସାୟୀ ଆଦି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି! ଏ ନେଇ ବେଲପଡ଼ା ବ୍ଲକ ଅଧିକାରୀଙ୍କୁ ଗ୍ରାମବାସୀ ଗୁହାରୀ କରିଥିଲେ ସୁଦ୍ଧା ବେଲପଡ଼ା ବ୍ଲକ ଅଧିକାରୀ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ସ୍ରମସ୍ତ ଗ୍ରାମବାସୀ ବୃନ୍ଦ । ତେବେ ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଶୁଭ ଦୃଷ୍ଟି ଦେଇ ରାସ୍ତାର ମରାମତି କାର୍ଯ୍ୟ କରିବା ସହ ଡ୍ରେନ ନିର୍ମାଣ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହୋଇଛି!!

Leave A Reply

Your email address will not be published.