ଜଗତସିଂହପୁର/ସୁମନ୍ତ କୁମାର ଦାସ:ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗ୍ରାମପଞ୍ଚାୟତରେ ବିଜୁ ଜନତା ଦଳର ସମର୍ଥିତ ସରପଞ୍ଚ ପ୍ରାର୍ଥୀ କିଶୋର କୁମାର ସାହୁ, ସମିତିସଭ୍ୟ ପ୍ରାର୍ଥୀ ଉମେଶ ଚନ୍ଦ୍ର ବାରିକ ପୟତର ଘର ଘର ବୁଲି ପୁସିଂକାର୍ଡ଼ ବଣ୍ଟନ କରିବା ସହିତ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ । କିଶୋର କୁମାର ସାହୁ ପୂର୍ବରୁ ଏହି ପଞ୍ଚାୟତରେ ସରପଞ୍ଚ ହୋଇ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ କରିଥିବାରୁ ତାଙ୍କ ପ୍ରତି ଲୋକମାନଙ୍କର ସମର୍ଥନ ବଢ଼ୁଥିବା ଦେଖିବାକୁ ମିଳିଛି । ୨୦୧୭ ମସିହାରୁ ୨୦୨୨ ପର୍ଯ୍ୟନ୍ତ କିଶୋର କୁମାର ସାହୁଙ୍କ ଭାଇବୋହୁ ସରପଞ୍ଚ ଭାବେ ନିର୍ବାଚିତ ହୋଇ ପଞ୍ଚାୟତରେ ଲୋକମାନଙ୍କର ସେବାରେ ଜଡ଼ିତ ରହି ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିଥିବା ଚର୍ଚ୍ଚାରେ ରହି ଆସିଛନ୍ତି । ଏହି ପଞ୍ଚାୟତରୁ ପ୍ରିୟଦର୍ଶିନୀ ବିଶ୍ବାଳ ଜିଲ୍ଲାପରିଷଦଭାବେ ନିର୍ବାଚିତ ହୋଇ ଜଗତସିଂହପୁର ଜିଲ୍ଲାପରିଷଦ ଅଧ୍ୟକ୍ଷାଭାବେ କାର୍ଯ୍ୟ କରୁଆସୁଥିଲେ । ତାଙ୍କ ସ୍ବାମୀ ଯେକି ତିର୍ତ୍ତୋଲ ବ୍ଲକ ବିଜେଡ଼ି ସଭାପତିଭାବେ ନିଯୁକ୍ତି ପାଇଛନ୍ତି ଗଙ୍ଗାଧର ବିଶ୍ୱାଳ ସେ ଥିଲେ ୪ ନମ୍ବର ଜୋନରୁ ଜିଲ୍ଲାପରିଷଦ ପ୍ରାର୍ଥୀଭାବେ ନିର୍ବାଚନରେ ପ୍ରତିଦୋନ୍ଦିତା କରୁଛନ୍ତି । କରୋନା କଟକଣା ପାଇଁ ସ୍ୱଳ୍ପ ମାତ୍ରାରେ କର୍ମୀମାନଙ୍କୁ ନେଇ କିଶୋର ଓ ଉମେଶ ଗ୍ରାମପଞ୍ଚାୟତରେ ପ୍ରଚାର କରୁଥିବା ଦେଖୁବାକୁ ମିଳିଥିଲା । ତାଙ୍କ ସହିତ ଜିଲ୍ଲାପରିଷଦ ସଭ୍ୟ ପ୍ରିୟଦର୍ଶନୀ ବିଶ୍ବାଳ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରିତି ରଞ୍ଜନ ଖୁଣ୍ଟିଆ, ୱାର୍ଡ଼ସଭ୍ୟା ଚାରୁ ଲତା ମଲ୍ଲିକ, ଭାସ୍କର ଜେନା, ପ୍ରଭାତ ବିଶ୍ୱାଳ, ସନ୍ତୋଷ ବେହେରା, ଯଶୋବନ୍ତ କର, ସଞ୍ଜୟ ବେହେରା, ସହଦେବ କୁମାର , ବ୍ରହ୍ମାନନ୍ଦ ପାତ୍ର, ଅନିବାସ ଦାସ, ଅକ୍ଷୟ ବରାଳ, ପ୍ରଶାନ୍ତ ପରିଡ଼ା, ଶରତ କୁମାର ପରିଡ଼ା, ପୁଳୟ ନାୟକ, ମୁରଲିଧର ପରିଡ଼ା ପ୍ରମୁଖ କ୍ୟାମ୍ପରିଂରେ ସାମିଲ ହୋଇଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post
Next Post