ରାଉରକେଲା(ବସନ୍ତ କୁମାର ଜେନା): ସୁନ୍ଦରଗଡ ଜିଲ୍ଲାକୁ ହକିର ଏନ୍ତୁଡ଼ି ଶାଳ କୁହାଯାଏ। ଏଇ ମାଟି ରୁ ଦିଲ୍ଲୀପ ତିର୍କୀ , ପ୍ରବୋଧ ତିର୍କୀ , ଇଗ୍ନେଶ ତିର୍କୀ , ଲାଜରୁସ ବାର୍ଲା , ଅମିତରୋହି ଦାସ , ସୁଭଦ୍ରା ପ୍ରଧାନ , ଲିଲିମା ମିଞ୍ଜ , ଦୀପଗ୍ରେସ ଏକ୍କା , ସୁନିତା ଟପ୍ପୋ ଙ୍କ ଭଳି ଅନ୍ତରାଷ୍ଟ୍ରୀୟ ହକି ଖେଳାଳୀ ବାହାରି ଦେଶର ନାମ ଉଜ୍ଜଳ କରିଛନ୍ତି ।
ହକିର ଗଡ଼ ଏହି ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମାଞ୍ଚଳର ଆହୁରି ହକି ପ୍ରତିଭାମାନଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଲାଗି ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାର ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ପଡ଼ିଆ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଥିଲେ। ତଦନୁଯାୟୀ ଜିଲ୍ଲାର ବିଭିନ୍ନ ବ୍ଲକ ରେ ଏହି ଅତ୍ୟାଧୁନିକ ପଡ଼ିଆର କାମ ଆରମ୍ଭ ହୋଇଯାଇଛି। ଉଦ୍ଧେଶ୍ୟ ହେଲା ତୃଣ ମୂଳ ସ୍ତରରୁ ହକି ଖେଳାଳୀ ମାନଙ୍କୁ ପ୍ରଶିକ୍ଷଣ ଦେବା। ପ୍ରଶିକ୍ଷଣ ଦେବାଲାଗି ପୂର୍ବରୁ ଜିଲ୍ଲାରେ ଯଦିଓ ପାନପୋଷ ଷ୍ଟେଟ ସ୍ପୋର୍ଟସ ହଷ୍ଟେଲ ଏବଂ ସୁନ୍ଦରଗଡରେ ସାଇ ର ହଷ୍ଟେଲ ଅଛି , ତଥାପି ଗ୍ରାମାଞ୍ଚଳ ରୁ ହକି ଖଳାଳୀ ମାନଙ୍କୁ ଲୋକଲୋଚନକୁ ଆଣିବା ଲାଗି ରାଜ୍ୟ କ୍ରୀଡା ବିଭାଗର ଏହା ଏକ ପ୍ରଶଂସନୀୟ ପ୍ରୟାସ । ଗତକାଲି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ବିଶ୍ରା ବ୍ଲକର ଭାଲୁଲତା ଠାରେ ଏହି ପଡ଼ିଆର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଜିଲ୍ଲାପାଳଙ୍କ ସହ ରାଉରକେଲା ଏଡିଏମ ଶୁଭଙ୍କର ମହାପାତ୍ର , ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର , ବିଶ୍ରା ବ୍ଲକ ବିଡ଼ିଓ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post