ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଊଦଘାଟିତ।

0

କଲ୍ୟାସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇଁ ପଞ୍ଚାୟତ ସଦରମହକୁମା ସ୍ଥିତ ପେଟ୍ରୋଲ ପମ୍ପ ପାଖରେ ନିର୍ବାଚନ ପାଈଁ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଊଦଘାଟିତ ହୋଇ ଯାଈଛି।ଏଥିରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତାପାର୍ଟି ର ପୂର୍ବତନ ଜିଲ୍ଲା ସଭାପତି ଶିବସଙ୍କର ଉଲ୍ଲକା, ଓ ଜିଲ୍ଲା ମହିଳା ମୋର୍ଚ୍ଛା ସଭାପତି ରଞ୍ଜନା ଉପାଧୟ ,ରାଜ୍ୟ କରାଣୀ ସଦସ୍ୟ ଯେ ବାବୁ ରାଓ, ଜିଲ୍ଲା ସମ୍ପାଦକ କୃଷ୍ଣ ସାମଲ,ଜିଲ୍ଲା ପରିଷଦ ପ୍ରାଥି ଅନୁସାୟା ନୀଳଗିରି ଆନୁଷ୍ଟାନିକ ଭାବେଯୋଗଦେଈ ଶୁଭ ଊଦଘାଟନ କରିଥିଲେ । ଏହାପରେ ନିର୍ବାଚନ ପ୍ରଚାର ମଈଦାନ ରେ ଜୋର ସୋର ପ୍ରଚାର ପାଇଁ ଓଲ୍ଲାଈ ଛନ୍ତି ଭାରତୀୟ ଜନତା ପାର୍ଟି ର ଜିଲ୍ଲା ପରିଷଦ ପ୍ରାଥି ଅନୁସାୟା ନୀଳଗିରି ,ପ୍ରଥମେ ମନ୍ଦିର ରେ ପୂଜା ଅର୍ଚ୍ଚନା କରି ଆଶ୍ରିବାଦ ନେଇଁଛନ୍ତି ଏଥର ଓବିସି ଆସନଥିବାରୁ କଲ୍ୟାଣସିଂହପୁର “ଖ” ଜୋନ ପାଇଁ ଭାରତୀୟ ଜନତାପାର୍ଟି ତରଫରୁ ଜିଲ୍ଲା ପରିଷଦ ପ୍ରାଥୀ ହୋଇ ଛନ୍ତି ଶ୍ରୀମତୀ ଅନୁସାୟା ନୀଳଗିରି। କେନ୍ଦ୍ର ସରକାର ନରେନ୍ଦ୍ର ମୋଦିଙ୍କ ସୁଃଶାସନ ଓ ଲୋକାଭିମୁଖୀ ଯୋଜନା କୁ ନେଇଁ ଲୋକ ଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରିଛନ୍ତି। ବିଜୟୀ ହେଲେ କେନ୍ଦ୍ରସରକାର ଙ୍କ ଯୋଜନା ର ସଫଳ ରୂପାୟନ କରିବା ସହ ଶିକ୍ଷା,ସ୍ବାସ୍ଥ୍ୟ,ଗମନାଗମନ, ଭଳି ଲୋକ ଙ୍କ ମୌଳିକ ଅଧିକାର ପ୍ରତି ବିଶେଷ ଦୁଷ୍ଟି ଦେବେ ବୋଲି ପ୍ରତିଶୃତି ଦେଈଛନ୍ତି ଅନ୍ୟ ପଟେ। ବିଜୁଜନତା ଦଳ ର ପ୍ରାଥୀ ହୋଇ ଛନ୍ତି ଭୁମି ମାଧବ ରାଓ ତାଙ୍କର ମଧ୍ଯ ଊକ୍ତ ଜୋନ୍ ରେ ବେଶ୍ ଦବ୍ ଦବା ରହିଥିବା ଜଣାପଡିଛି ସେ ମଧ୍ୟ ନିଜର ସମର୍ଥକ ଙ୍କୁ ଧରି ପ୍ରଚାର ରେ ଲାଗିପଡିଥିବା ଦେଖି ବାକୁ ମିଳିଛି।

Leave A Reply

Your email address will not be published.