କଲ୍ୟାସିଂହପୁର: ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ର କାର୍ଯ୍ୟରତ ସାମ୍ବାଦିକ ସଂଘ ପ୍ରେସ କ୍ଳବ ପକ୍ଷରୁ ଆଜି ସୁନାଖଣ୍ଡି ପଞ୍ଚାୟତ ର ରାଇଲିମା ଠାରେ ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସାମ୍ବାଦିକ ମାନଙ୍କର ବିଭିନ୍ନ କାର୍ଯ୍ୟ କ୍ରମ ବିଷୟରେ ଆଲୋଚନା ହୋଇଥିଲା । ତା ସହ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ସରକାରୀ କାର୍ଯ୍ୟରେ ସୂଚନା ମିଳୁ ନ ଥିବା ଉପରେ ଆଲୋଚନା କରଯାଇଥିଲା। ସେହିପରି ସାମ୍ବାଦିକ ମାନଙ୍କ ଉପରେ ଯେ କୌଣସି ଅସୁବିଧା ହେଲେ ସବୁ ସାମ୍ବାଦିକ ଏକ ତ୍ରୀତ ହୋଇ ସମସ୍ୟା ର ସମାଧାନ କରାଯାଇପାରିବ ବୋଲି ନିଷ୍ପତ୍ତି ହୋଇଥିଲା। ସରକାରଙ୍କ ଜନ କଲ୍ୟାଣ ଯୋଜନାକୁ ଲୋକଲୋଚନକୁ ଆଣିବା ଉଦ୍ଧେଶ୍ୟରେ ସାମ୍ବାଦିକ।ଗଣମାଧ୍ୟମ କୁ ଜାଗ୍ରତ ହେବାକୁ ପଡିବ ବୋଲି ଅକ୍ଷୟ ପିଡିସିକା ପ୍ରକାଶ କରିଛନ୍ତି। ଏଇ ବାର୍ଷିକ ବନ୍ଧୁ ମିଳନ ବୈଠକ ରେ ପ୍ରଦୀପ କୁମାର ଦଲାଇ, ସନ୍ତୋଷ କୁମାର ବଚ୍ଛା, ସନ୍ତୋଷ ଲାମତା , ଧନେଶ୍ଵର ରାଉତ , ମଣ୍ଟୁ ଦଣ୍ଡ ସେନା, ପ୍ରଶାନ୍ତ କୁମାର ନାହାକ, ଓ ମାଲେସ କୌଶଲ୍ୟା ପ୍ରମୁଖ ଉପସ୍ଥିତ ରହି ଥିବା ବେଳେ ବରିଷ୍ଠ ବୁଦ୍ଧି ଜୀବୀ ଙ୍କ ମତାମତ ପଚରାଉଚରା କରିବାରୁ ଏହି ନିଷ୍ପତ୍ତି ଉଚିତ ବୋଲି ବରିଷ୍ଠ ସାମ୍ବାଦିକ ଦୟାନିଧି ଖାଡଙ୍ଗା ଓ ମୋନଜ ସାହୁ କହିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post