ରାଉରକେଲା(ବସନ୍ତ କୁମାର ଜେନା):ରାଉରକେଲା ଇସ୍ପାତ କାରଖାନା ଅନ୍ତର୍ଗତ ସିପିପି-୧ ବିଭାଗରେ କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣା ଘଟି ଅମର କୁମାର ପଣ୍ଡା ନାମକ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ଖବର ପାଇବା ପରେ ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଗାଙ୍ଗପୁର ମଜଦୂର ମଞ୍ଚର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଗୋପାଳ ଦାସଙ୍କ ସହ ଦୁଇ ୟୁନିୟନର ଅନେକ କର୍ମକର୍ତ୍ତା ଆଇଜିଏଚରେ ପହଞ୍ଚି ସ୍ୱର୍ଗତ ଅମର କୁମାର ପଣ୍ଡାଙ୍କ ଉତ୍ତରାଧିକାରୀଙ୍କୁ ଅନୁକମ୍ପା ମୂଳକ ନିଯୁକ୍ତି ପ୍ରଦାନ କରିବା ପାଇଁ ଇସ୍ପାତ କର୍ତ୍ତୃପକ୍ଷଙ୍କ ନିକଟରେ ଦୃଢ ଦାବି କରିଥିଲେ ।
ଯାହାର ଫଳ ସ୍ୱରୂପ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ସ୍ୱର୍ଗତ ପଣ୍ଡାଙ୍କ ପତ୍ନୀଙ୍କୁ ନିଯୁକ୍ତି ଦେବାପାଇଁ ପତ୍ର ହସ୍ତାନ୍ତର କରିଥିଲେ । ସ୍ୱର୍ଗତ ପଣ୍ଡା କାର୍ଯ୍ୟ କରୁଥିବା ଠିକାଦାର ମଧ୍ୟ କ୍ଷତିପୂରଣ ବାବଦରେ ୩ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ରାଉରକେଲା ଶ୍ରମିକ ସଂଘର ଉପ ସାଧାରଣ ସମ୍ପାଦକ ଦିଲ୍ଲିପ କୁମାର ମହାପାତ୍ର , ସମ୍ପାଦକ ନିହାର ଦାସ , ପ୍ରଦୀପ କୁମାର ଶେଖରଦେଓ ଏବଂ ଗାଙ୍ଗପୁର ମଜଦୂର ମଞ୍ଚର ଇନ୍ଦ୍ରମଣି ମହନ୍ତ , ବଂଶୀଧର ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ରାଉରକେଲା ଇସ୍ପାତ କାରଖାନାର ସମସ୍ତ ସ୍ଥାୟୀ ଏବଂ ଅସ୍ଥାୟୀ କର୍ମଚାରୀ ମାନଙ୍କ ତରଫରୁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ସହ ଦୁଇଟି ୟୁନିୟନର କର୍ମକର୍ତ୍ତା ବିଶେଷ କରି ପ୍ରଶାନ୍ତ କୁମାର ବେହେରା ଓ ଗୋପାଳ ଦାସଙ୍କୁ ଅଶେଷ ଅଶେଷ ଧନ୍ୟବାଦ ପ୍ରଦନ୍ କରିଥିଲେ ଠିକା ଶ୍ରମିକ ।
Sign in
Sign in
Recover your password.
A password will be e-mailed to you.
Next Post