ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ଶହୀଦ ଦିବସ ପାଳିତ ହୋଇଯାଇଛି।
ମହିଳା ସ୍ନାତକ ମହାବିଦ୍ୟାଳୟର ଏନ୍ ଏସ୍ ଏସ୍ ବିଭାଗ ତରଫରୁ ପ୍ରୋଗ୍ରାମ୍ ଅଫିସର ଅଧ୍ୟାପିକା ଡ଼.ଭାରତୀ ପାଣିଗ୍ରାହୀଙ୍କ ଦ୍ୱାରା ଏକ ୱେବ ମିଟିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ରୀନା ସାହୁ ଅଧ୍ୟକ୍ଷତା କରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସକୁ କାହିଁକି ଶହୀଦ ଦିବସ ପାଳନ କରାଯାଏ ତା’ଉପରେ କହିବା ସହ ମହାତ୍ମା ଗାନ୍ଧୀଙ୍କ ନୀତି , ଆଦର୍ଶ , ନିଶାନିବାରଣ , ଅହିଂସା ନୀତି ତଥା ଓଡିଶା ଆଗମନ ବେଳେ ମହାତ୍ମା ଗାନ୍ଧୀଙ୍କ ଅନୁଭୂତି ସମ୍ପର୍କରେ ବ୍ୟାଖ୍ୟାନ କରିଥିଲେ।
ସେହିଭଳି ଡ଼. ଭାରତୀ ପାଣିଗ୍ରାହୀ ମଧ୍ୟ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀ ସମେତ ନେତାଜୀ ସୁବାଷ ଚନ୍ଦ୍ର ବୋଷ , ଭଗତ୍ ସିଂ , ଚନ୍ଦ୍ର ଶେଖର ଆଜାଦ୍ ଙ୍କର ତ୍ୟାଗ ଓ ବଳିଦାନ ସମ୍ପର୍କରେ ଛାତ୍ରୀ ମାନଙ୍କୁ ବୁଝାଇଥିଲେ।
ଛାତ୍ରୀ ରଶ୍ମିତା ନାୟକ ମଧ୍ୟ ଭାରତୀୟ ଭାବେ ଗର୍ବିତ ବୋଲି ବକ୍ତବ୍ୟ ଦେଇଥିଲେ। ଶେଷରେ ସମସ୍ତ ଶହୀଦ୍ ଙ୍କ ଉଦ୍ଦେଶ୍ୟରେ ଆବେଗପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସଭାଶେଷ କରାଯାଇଥିଲା। ଏଥିରେ ମହାବିଦ୍ୟାଳୟର ଏନ୍ ଏସ୍ ଏସ୍ ଛାତ୍ରୀ ମାନେ ଯୋଗଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post