ଜଗତସିଂହପୁର/ସୁମନ୍ତ କୁମାର ଦାସ :ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ଗଇଠିପୁର ଗ୍ରାମର ବରିଷ୍ଠ ନାଗରିକ ତଥା ବିଶିଷ୍ଠ ସମାଜସେବୀ ସ୍ବର୍ଗତ ନଟବର ଖୁଣ୍ଟିଆଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି | ସ୍ବର୍ଗତ ଖୁଣ୍ଟିଆ ଗ୍ରାମରେ ବିଭିନ୍ନ ସମାଜସେବା କ୍ଷେତ୍ରରେ ନିୟୋଜିତ ରହିଥିଲେ | ପୁତ୍ର ନଗେନ୍ଦ୍ର ଖୁଣ୍ଟିଆ, ଭ୍ରାତା ବୀରବର ଖୁଣ୍ଟିଆ, ବଟକୃଷ୍ଣ ଖୁଣ୍ଟିଆ, ସୁରେନ୍ଦ୍ର ଖୁଣ୍ଟିଆ, ଜାମାତା ଅଶୋକ ସ୍ୱାଇଁ, ଅଭୟ ମହାନ୍ତି, ଦିଲୀପ ସ୍ୱାଇଁ, କିରଣ ବିଶ୍ୱାଳ, ଅରବିନ୍ଦ ପ୍ରଧାନ ପୁତୁରା ସୁବୋଧ, ପ୍ରଭୋଦ, ଅଜିତ, ବିଭୁ ପ୍ରସାଦ, ଅସିତ, ଝିଅ, ନାତି ନାତୁଣୀ ପ୍ରମୁଖ ସ୍ବର୍ଗତ ଖୁଣ୍ଟିଆଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ l ଏହି ସ୍ମୃତିଚାରଣ ସଭାରେ ବେଦଦ୍ୟୁତି ପୃଷ୍ଟି, ଅଶୋକ ମହାନ୍ତି, ଗଗନ ବିହାରୀ ଦାସ, ଅଜୟ ସ୍ୱାଇଁ, ସନାତନ ଦଳାଇ, ପ୍ରଶାନ୍ତ ମହାପାତ୍ର, ସୁରେନ୍ଦ୍ର ନାଥ ରାଉତରାୟ, ଶିକ୍ଷାବିତ, ଗ୍ରାମର ମୁରବି, ସ୍ଥାନୀୟ ଅଂଚଳର ଲୋକପ୍ରତିନିଧି ପ୍ରମୁଖ ସ୍ବର୍ଗତ ଖୁଣ୍ଟିଆଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ
Sign in
Sign in
Recover your password.
A password will be e-mailed to you.