ଭାରତୀ ଜନସେବା ସମିତି ତରଫରୁ ସଫେଇ କାର୍ଯ୍ୟକ୍ରମ

0 2

ସିମୁଳିଆ(ଅକ୍ଷୟ କୁମାର ଜେନା ) : ଭାରତୀ ଜନସେବା ସମିତି ମଇତାପୁର ତରଫରୁ ଆଜି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସମିତିର କର୍ମକର୍ତ୍ତା ତଥା ସ୍ଥାନୀୟ ଅଂଚଳର ପିଲାମାନେ ମିଶି ରାସ୍ତାଘାଟ, ମେଡିକାଲ୍ ପରିସର ସବୁଠି ସଫେଇ କରିଥିଲେ  | ସୂଚନାଯୋଗ୍ୟ ଯେ ଦୀର୍ଘ ପନ୍ଦର ବର୍ଷ ଧରି ଭାରତୀ ଜନସେବା ସମିତି ତରଫରୁ ଏହି ପୂଜା ଅନୁଷ୍ଠତ ହୋଇ ଆସୁଥିବା ବେଳେ ସମିତି ତରଫରୁ ପ୍ରତେକ ବର୍ଷ ବହୁ ସାମାଜିକ କାର୍ଯ୍ୟ ଯଥା ରାସ୍ତା ସଫା, ରକ୍ତଦାନ ଶିବିର,ରକ୍ତହୀନତା ରୋଗୀ ଙ୍କୁ ଚିକିତ୍ସା ନିମନ୍ତେ ସାହାଯ୍ୟ, ପଥ ଫେରନ୍ତା ପ୍ରବାସୀଙ୍କୁ ଖାଦ୍ୟ ବଣ୍ଟନ ତଥା ବନ୍ୟା, ବାତ୍ୟା ବେଳେ ନିରାଶ୍ରୟ କୁ ସାହାଯ୍ୟ କରି ଅଞ୍ଚଳ ବାସିଙ୍କ ଠାରୁ ଢେର ପ୍ରଶଂସା ସାଉଁଟି ଥିବାର ଦେଖାଯାଏ। ଏଇଥର ସଫେଇ କାର୍ଯ୍ୟ ଜାରି ରଖିଥିବା ବେଳେ ପୂଜା ପରେ ବଳକା ଟଙ୍କାରେ ଗରିବ ଲୋକଙ୍କୁ କମ୍ବଳ ବାଣ୍ଟିବାର ଯୋଜନା ମଧ୍ୟ ଅଛି ବୋଲି ସଭାପତି ଜଣାଇଛନ୍ତି। ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ମଇତାପୁର ମେଡି କାଲ ପାଖରେ ଅନୁଷ୍ଠାନଟି ଦୀର୍ଘ ଦିନ ଧରି ଲୋକମାନଙ୍କ ସେବା ରେ ଥିବାବେଳେ ଦୁଃଖର କଥା ସମିତି ର ଘର ଖଣ୍ଡେ ନାହିଁ କି ସରକାରୀ ସାହାଯ୍ୟ ନାହିଁ। ଆଜି ରାସ୍ତାଘାଟ, ମେଡିକାଲ୍ ପରିସର ସବୁଠି ସଫେଇ କରାଯାଇଥିବା ବେଳେ କୁନି କୁନି ପିଲା ମାନଙ୍କ ଆଗ୍ରହ ଏକ ନିଆରା ପରିବେଶ ସୃଷ୍ଟି କରିଥିଲା।

Leave A Reply

Your email address will not be published.