ଶହୀଦ ଦିବସ ଉପଲକ୍ଷେ ଶିଳ୍ପ ବିଭାଗ ପକ୍ଷରୁ ବାପୁଜୀଙ୍କ ସ୍ମୃତିଚାରଣ ଓ ନିରବ ପ୍ରାର୍ଥନା

0

ଭୁବନେଶ୍ୱର:ଆଜି ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ଶିଳ୍ପ ବିଭାଗର ସମ୍ମିଳନୀ କକ୍ଷଠାରେ ଶହୀଦ ଦିବସ ଉପଲକ୍ଷେ ସମସ୍ତ କର୍ମଚାରୀଙ୍କୁ ନେଇ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛିା ଅତିରିକ୍ତ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଜି ଦିବସର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ ସହିତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ବଳିଦାନ, ଦେଶପ୍ରେମ, ସ୍ୱାଧୀନତା ସଂଗ୍ରାମ ଓ ସର୍ବୋପରି ରାଷ୍ଟ୍ରଗଠନରେ ତାଙ୍କର ଭୂମିକାର ସ୍ମୃତିଚାରଣ କରାଯାଇଥିଲାା
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ସଚିବ ଶ୍ରୀ ପ୍ରଦୀପ କୁମାର କୁଅଁର, ଉପସଚିବ ଅଶୋକ କୁମାର ରାଉତରାୟ, କେଶବ ଚନ୍ଦ୍ର ସାହୁ, ପ୍ରବୀଣ କୁମାର ପତି ଓ ଅନ୍ୟ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲୋ

Leave A Reply

Your email address will not be published.