ବିଜେପି ପକ୍ଷରୁ ନିଶ୍ଚିନ୍ତକୋଇଲି ରେ ୨୪ ଓ ୨୬ ନଂ ଜୋନ୍ କାର୍ଯ୍ୟାଳୟ ଉଦ୍ଘାଟିତ

0

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ଦୃଷ୍ଟି ଆଗରେ ରଖି ଏବଂ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟିର ବିଭିନ୍ନ କାର୍ଯ୍ୟକ୍ରମ ,ସଭାସମିତି କରିବା ପାଇଁ ନିଶ୍ଚିନ୍ତକୋଇଲି ବଜାର ସ୍ଥିତ ଲାବଣ୍ୟ ଗ୍ୟାସ ଅଫିସ ନିକଟରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ୨୪ ଓ ୨୬ନଂ ଜୋନ୍ ଜିଲ୍ଲାପରିଷଦ କାର୍ଯ୍ୟାଳୟ ଗୃହ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାହାଙ୍ଗା ବିଜେପି ବିଧାୟକ ପ୍ରାର୍ଥୀ ତଥା ଯୁବନେତା ଶାରଦା ପ୍ରଧାନ ଯୋଗଦାନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ଏକ ସଭାରେ ଯୋଗଦାନ କରି ବିଜେପି ୨୪ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟା ନିର୍ମଳା ଲେଙ୍କା ଓ ୨୬ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟା ବିଜୟଲକ୍ଷ୍ମୀ ବେହେରାଙ୍କ ସମେତ ବିଜେପି କର୍ମୀମାନଙ୍କୁ ପଂଚାୟତ ସ୍ତରରେ ବିଜୟଲାଭ କରିବା ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନମୋହନ ଜେନା,ସମ୍ମାନୀତ ଅତିଥି ଭାବେ କାର୍ଯ୍ୟକାରିଣୀ ସଦସ୍ୟ ଦୁର୍ଯ୍ୟୋଧନ ସାହୁ, କମଳା ବସ୍ତିଆ,୨୪ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟା ନିର୍ମଳା ଲେଙ୍କା ,୨୬ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟା ବିଜୟଲକ୍ଷ୍ମୀ ବେହେରା, କଟିକଟା ସମିତିସଭ୍ୟ ପ୍ରାର୍ଥୀ କୈଳାସଚନ୍ଦ୍ର ବେହେରା, ହେମନ୍ତ ରାଉତ,ବିଜେପି ସଦସ୍ୟ ପିତାମ୍ବର ମହାନ୍ତି,କ୍ଷୀରୋଦ ପରିଡ଼ା,ସନ୍ତୋଷ କାପ, ସୁଧାଂଶୁ ଭୂୟାଁ,ଭରତ ଦାସ ଙ୍କ ସମେତ ବିଜେପି କର୍ମୀମାନେ ଯୋଗଦାନ କରିଥଲେ । ତେବେ ଶ୍ରୀ ପ୍ରଧାନ ବିଜେପି କର୍ମୀମାନଙ୍କୁ ହାତରେ ହାତ ମିଶାଇ ଏକଜୁଟ ହୋଇ କାର୍ଯ୍ୟ କରି ପଂଚାୟତ ନିର୍ବାଚନରେ ବିଜୟଲାଭ କରିବା ଆମର ଲକ୍ଷ୍ୟ ହେବା ଉଚିତ୍ ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.