ଗୁଣପୁର ପ୍ରେସ ୟୁନିଅନ ର ପ୍ରଥମ ପ୍ରତିଷ୍ଠା ଦିବସ ଏବଂ ସ୍ବେଛାକୃତ ରକ୍ତ ଦାନ ଶିବିର ।

0 3

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ପବିତ୍ର 73ତମ ସାଧାରଣତନ୍ତ୍ର ଦିବସ ଅବସର ରେ ଗୁଣୁପୁର ପ୍ରେସ ୟୁନିଅନ ତରଫରୁ ପ୍ରେସ ୟୁନିଅନର ପ୍ରଥମ ପ୍ରତିଷ୍ଠା ଦିବସ ଏବଂ ସ୍ବେଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ସଦର ହସ୍ପିଟାଲର ବ୍ଲଡ଼ ବ୍ୟାଙ୍କ ରେ ଅନୁଷ୍ଠିତ ହୋଇଥିଲା ଏହି ଅବସର ରେ ମୁଖ୍ୟଅତିଥି ଭାବେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଅତିଥି ଭାବେ ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ, ଡ଼କ୍ଟର ଚନ୍ଦ୍ରଧ୍ଵଜ ପଣ୍ଡା, ଡାକ୍ତର ରମେଶ ଚନ୍ଦ୍ର ସାହୁ, ବରିଷ୍ଠ ଆଇନଜୀବୀ ବ୍ରହ୍ମାନନ୍ଦ ପଟନାୟକ, ତ୍ରିନାଥ ଖାଡ଼ଙ୍ଗା, ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା ଓ ଏସ ଡି ପି ଓ ଅଜୟ ବାରିକ ଯୋଗ ଦେଇଥିଲେ | ବେଳେ ପ୍ରେସ ୟୁନିଅନ ର ସଭାପତି ପ୍ରମୋଦ କୁମାର ସାହୁ ସଭାପତିତ୍ୱ କରିଥିଲେ |

ଅତିଥି ମାନେ ପ୍ରେସ ୟୁନିଅନର ଏହି ରକ୍ତ ଦାନ ମହତ ଦାନ କାର୍ଯ୍ୟକ୍ରମକୁ ଭୁରି ଭୁରି ପ୍ରଶଂସା କରିବା ସହ ସାମ୍ବାଦିକ ମାନେ ସାମ୍ବାଦିକତା ସହ ଲୋକଙ୍କ ସାମାଜିକ ଏବଂ ଅର୍ଥନୈତିକ ସମସ୍ୟା ସହ ଜଡିତ ହେବା ପାଇଁ ପରାମର୍ଶ କରିଥିଲେ | ପ୍ରେସ ୟୁନିଅନ ଆଗାମୀ ଦିନରେ ବୃକ୍ଷରୋପଣ ଏବଂ ରକ୍ତଦାନ କେବଳ ସହରାଞ୍ଚଳରେ ସୀମିତ ନରଖି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ବିଶେଷ କରି ଆଦିବାସୀମାନଙ୍କୁ ରକ୍ତଦାନ ପାଇଁ ସଚେତନତା ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବା ପାଇ ବହୁ ଅତିଥି ମତ ବ୍ୟକ୍ତ କରିଥିଲେ | ଅପରପକ୍ଷେ ପ୍ରେସ ୟୁନିଅନ ଆଗକୁ ଲୋକଙ୍କ ସହ ବହୁ ସଚେତନତା କାର୍ଯ୍ୟକ୍ରମ କରିବେ ବୋଲି ସୂଚନା ଦେଇଥିଲେ | ରକ୍ତଦାନ ଶିବିରରେ 12 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା | ଶେଷରେ ପ୍ରେସ ୟୁନିଅନ ସମ୍ପାଦକ ରାଜେଶ ପଣ୍ଡା ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.