ଧାନ କ୍ଷେତରେ ପତାକା ଉତ୍ତୋଳନ କଲେ ଚାଷୀ

15

ରବି ନାରାୟଣ ସାହୁ (ଖୋର୍ଦ୍ଧା)–ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ କଡ଼ବ ଗ୍ରାମରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀ ଆଜି ଚାଷ କ୍ଷେତରେ ଏକତ୍ରିତ ହୋଇ ପତାକା ଉତ୍ତୋଳନ କରିଥିଲେ । ଚାଷୀଟି ସଦାସର୍ବଦା ଦୁଃଖ କଷ୍ଟରେ ନିଜର ତୁଣ୍ଡ ଝାଳ ମୁଣ୍ଡରେ ମାରି ବର୍ଷ ସାରା ପରିଶ୍ରମ କରି ସମସ୍ତଙ୍କୁ ଆହାର ଯୋଗାଇଥାଏ । ପରିତାପର ବିଷୟ ଚାଷୀର ଦୁଃଖ ରହୁଥିବାରୁ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ସୁବିଧା ସୁଯୋଗ ମିଳି ନ ଥିବାରୁ ନବ ନିର୍ମାଣ କୃଷକ ସଙ୍ଗଠନ ବିଭିନ୍ନ ସମୟରେ ପ୍ରତିବାଦ କରି ଆସୁଛନ୍ତି ।ଆଜି ସାଧାରଣ ତନ୍ତ୍ର ଦିବସରେ ବିଲରେ ପାଳନ କରାଯାଇଛି ।

Leave A Reply

Your email address will not be published.