ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ-୨୦୨୨ ପାଳିତ

0 3

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ନବଜୀବନ ଅନ୍ଧ ଓ ଉପଶମ କେନ୍ଦ୍ର , ଶିଶୁଯତ୍ନ ଅନୁଷ୍ଠାନ ପରିସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ-୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅନ୍ତର୍ଗତ ଜାତୀୟ ସ୍ୱାସ୍ଥ୍ୟ ମିଶନର ଆଇନ ବ୍ୟାପାର ସହକାରୀ ପରିଚାଳକ ଶ୍ରୀ ପ୍ରମୋଦ କୁମାର ରାଉଳଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଏଡିପିଏଚଓ ଡାଃ ଇନ୍ଦିରା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିବସ ପାଳନର ତାତ୍ପର୍ଯ୍ୟ ଓ କନ୍ୟା ସନ୍ତାନ ମାନଙ୍କୁ ସଶକ୍ତ କରାଇ ସେମାନଙ୍କ ଯତ୍ନ ନେବା ସହ ଭବିଷ୍ୟତ ସୁରକ୍ଷିତ କରାଇବା ସମ୍ପର୍କରେ କହିଥିଲେ ।
ମୁଖ୍ୟତଃ ବାଳିକା ମାନଙ୍କୁ ଘରୋଇ ହିଂସା , ବାଲ୍ୟ ବିବାହ , ଯୌତୁକ ନିର୍ଯ୍ୟାତନା ଓ କନ୍ୟା ଭ୍ରୁଣହତ୍ୟା ଭଳି ଘୁନ୍ୟକାର୍ଯ୍ୟ ପ୍ରତି ଜନ ସଚେତନ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଡିପିଏମ ସୌମ୍ୟରାଣୀ ଗୌଡ଼ , ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାଃ ସନ୍ଧ୍ୟାରାଣୀ ପାଣିଗ୍ରାହୀ ଏବଂ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ବରିଷ୍ଠ ସଭ୍ୟା ଶ୍ରୀମତୀ ଅଳକା ସାହୁ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ କନ୍ୟା ସନ୍ତାନ ଏକ ଅମୂଲ୍ୟ ରତ୍ନ ବୋଲି କହି କନ୍ୟାମାନେ କୌଣସି କ୍ଷେତ୍ରରେ ଅବଳା ନୁହନ୍ତି , କନ୍ୟାମାନଙ୍କ ଅଧିକାର , କିଶୋରୀ ଓ ବାଳିକା ମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଓ ସେମାନେ ସଶକ୍ତ ହୋଇ ସୁସ୍ଥ ସମାଜ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରି ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢୁଥିବା ସମ୍ପର୍କରେ କହିଥିଲେ।
ଏହି ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅତିଥି ମାନଙ୍କ ଗହଣରେ କନ୍ୟାମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିବା ସହ ପ୍ରାରମ୍ଭିକ ସଙ୍ଗୀତ ଗାନ ଏବଂ କନ୍ୟା ଦିବସ ଉପରେ ପ୍ରବନ୍ଧ ପାଠ କରିଥିଲେ ।

Leave A Reply

Your email address will not be published.