ନୟାଗଡ଼(ବିଶ୍ୱଜିତ ନାୟକ)- ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ୧୨ ତମ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ସରକାରୀ କର୍ମଚାରୀ ଏବଂ ମତଦାତାମାନେ ସଂକଳ୍ପ ଗ୍ରହଣ କରିଥିଲେ । ଆମେ ଭାରତର ନାଗରିକବୃନ୍ଦ, ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥା ରଖି ଏହି ଶପଥ ନେଉଛୁ କି ଆମେ ନିଜ ଦେଶର ଗଣତାନ୍ତ୍ରିକ ପରମ୍ପରା ମର୍ଯ୍ୟାଦା ବଜାୟ ରଖିବୁ ତଥା ମୁକ୍ତ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁର୍ଣ୍ଣ ରଖି, ନିର୍ଭିକ ହୋଇ, ଜାତୀ, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଅଥବା ଅନ୍ୟ କୈାଣସି ପ୍ରଲୋଭନରେ ପ୍ରଭାବିତ ନହୋଇ, ପ୍ରତ୍ୟେକ ନିର୍ବାଚନରେ ନିଜର ମତାଧିକାର ପ୍ରୟୋଗ କରିବୁ ବୋଲି ସମସ୍ତେ ଶପଥ ନେଇଛନ୍ତି । ଜିଲ୍ଲାପାଳ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବକୃତା ପ୍ରତିଯୋଗୀତାର କନିଷ୍ଠ ବିଭାଗରେ ଧର୍ମେଶ ରାଓଲ ପ୍ରଥମ ସ୍ଥାନ, ଅସ୍ମିତା ଭଗତ ଦ୍ୱିତୀୟ ଓ ଅଞ୍ଚଳ ଆଚାର୍ଯ୍ୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ବରିଷ୍ଠ ବିଭାଗରେ ପ୍ରୀତିପ୍ରଭା ମହାପାତ୍ର ପ୍ରଥମ, ଜଗଦିଶ ମହାପାତ୍ର ଦ୍ୱିତୀୟ, ସ୍ୱାତୀ ମିଶ୍ର ଓ ରୂତୁପର୍ଣ୍ଣା ମହାନ୍ତି ଯୁଗ୍ମଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ଅବସରରେ ରଣପୁର ବ୍ଲକ ରମାମଣୀ ପୃଷ୍ଟି, ଦଶପଲ୍ଲା ବ୍ଲକର ଶ୍ରୀଧର ପ୍ରଧାନ, ନୟାଗଡ଼ ବ୍ଲକ ମିନତୀ ମିଶ୍ରଙ୍କୁ ଶ୍ରେଷ୍ଠ ବିଏଲ୍ଓ ଭାବେ ପୁରସ୍କୃତ କରାଯାଇଥିଲା । ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶିଲ୍ କୁମାର ଲୋହାନୀ ରାଜ୍ୟସ୍ତରୀୟ ଜାତୀୟ ମତଦାତା ଦିବସ ଅବସରରେ ସୁଦ୍ଧ ଭୋଟର ତାଲିକା ପ୍ରସ୍ତୁତି ପାଇଁ ନୟାଗଡ଼ ଜିଲ୍ଲାକୁ ରାଜ୍ୟର ପ୍ରଥମ ଘୋଷଣା କରିବା ସହ ଜିଲ୍ଲାପାଳଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । କାର୍ଯ୍ୟକ୍ରମରେ ଅତିରିକ୍ତ ଉପଜିଲ୍ଲାପାଳ ଅବନୀ କୁମାର ସାହୁ ଏବଂ ତତ୍ୱାବଧାରକ ଅନୀତା ମାଡାମ ସମେତ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ନୟାଗଡ଼(ବିଶ୍ୱଜିତ ନାୟକ)- ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ୧୨ ତମ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ସରକାରୀ କର୍ମଚାରୀ ଏବଂ ମତଦାତାମାନେ ସଂକଳ୍ପ ଗ୍ରହଣ କରିଥିଲେ । ଆମେ ଭାରତର ନାଗରିକବୃନ୍ଦ, ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥା ରଖି ଏହି ଶପଥ ନେଉଛୁ କି ଆମେ ନିଜ ଦେଶର ଗଣତାନ୍ତ୍ରିକ ପରମ୍ପରା ମର୍ଯ୍ୟାଦା ବଜାୟ ରଖିବୁ ତଥା ମୁକ୍ତ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁର୍ଣ୍ଣ ରଖି, ନିର୍ଭିକ ହୋଇ, ଜାତୀ, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଅଥବା ଅନ୍ୟ କୈାଣସି ପ୍ରଲୋଭନରେ ପ୍ରଭାବିତ ନହୋଇ, ପ୍ରତ୍ୟେକ ନିର୍ବାଚନରେ ନିଜର ମତାଧିକାର ପ୍ରୟୋଗ କରିବୁ ବୋଲି ସମସ୍ତେ ଶପଥ ନେଇଛନ୍ତି । ଜିଲ୍ଲାପାଳ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବକୃତା ପ୍ରତିଯୋଗୀତାର କନିଷ୍ଠ ବିଭାଗରେ ଧର୍ମେଶ ରାଓଲ ପ୍ରଥମ ସ୍ଥାନ, ଅସ୍ମିତା ଭଗତ ଦ୍ୱିତୀୟ ଓ ଅଞ୍ଚଳ ଆଚାର୍ଯ୍ୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ବରିଷ୍ଠ ବିଭାଗରେ ପ୍ରୀତିପ୍ରଭା ମହାପାତ୍ର ପ୍ରଥମ, ଜଗଦିଶ ମହାପାତ୍ର ଦ୍ୱିତୀୟ, ସ୍ୱାତୀ ମିଶ୍ର ଓ ରୂତୁପର୍ଣ୍ଣା ମହାନ୍ତି ଯୁଗ୍ମଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ଅବସରରେ ରଣପୁର ବ୍ଲକ ରମାମଣୀ ପୃଷ୍ଟି, ଦଶପଲ୍ଲା ବ୍ଲକର ଶ୍ରୀଧର ପ୍ରଧାନ, ନୟାଗଡ଼ ବ୍ଲକ ମିନତୀ ମିଶ୍ରଙ୍କୁ ଶ୍ରେଷ୍ଠ ବିଏଲ୍ଓ ଭାବେ ପୁରସ୍କୃତ କରାଯାଇଥିଲା । ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶିଲ୍ କୁମାର ଲୋହାନୀ ରାଜ୍ୟସ୍ତରୀୟ ଜାତୀୟ ମତଦାତା ଦିବସ ଅବସରରେ ସୁଦ୍ଧ ଭୋଟର ତାଲିକା ପ୍ରସ୍ତୁତି ପାଇଁ ନୟାଗଡ଼ ଜିଲ୍ଲାକୁ ରାଜ୍ୟର ପ୍ରଥମ ଘୋଷଣା କରିବା ସହ ଜିଲ୍ଲାପାଳଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । କାର୍ଯ୍ୟକ୍ରମରେ ଅତିରିକ୍ତ ଉପଜିଲ୍ଲାପାଳ ଅବନୀ କୁମାର ସାହୁ ଏବଂ ତତ୍ୱାବଧାରକ ଅନୀତା ମାଡାମ ସମେତ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.