ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ଭୋଟର ସଂକଳ୍ପ ଦିବସ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ଭୋଟର ସଂକଳ୍ପ ଦିବସ ପାଳିତ ହୋଇଯାଇଛି।
ମହିଳା ସ୍ନାତକ ମହାବିଦ୍ୟାଳୟର ଏନ୍ ଏସ୍ ଏସ୍ ବିଭାଗ ତରଫରୁ ସେବା ଯୋଜନା ଅଧିକାରୀ ଅଧ୍ୟାପିକା ଡ଼.ଭାରତୀ ପାଣିଗ୍ରାହୀଙ୍କ ଦ୍ୱାରା ଏକ ୱେବ ମିଟିଂର ଆୟୋଜନ କରାଯାଇଥିଲା।
ଏଥିରେ ମୁଖ୍ୟ ଅତିଥି ତଥା ସଭାପତି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ରୀନା ସାହୁ ଯୋଗଦେଇ ଭାରତୀୟ ସଂବିଧାନ କିପରି ଜାତି , ବର୍ଣ୍ଣ -ଧର୍ମ -ନିର୍ବିଶେଷରେ ସମସ୍ତ ସାବାଳକ ମାନଙ୍କୁ ଭୋଟଦାନ ଅଧିକାର ପ୍ରଦାନ କରିଛି ତାହା ବୁଝାଇ କହିଥିଲେ।
ତା ଛଡା ସମସ୍ତ ନାଗରିକ ନିର୍ଭୟ ଭାବେ ଭୋଟ ଦେବାକୁ ହେବ ବୋଲି କହିବା ପରେ ସମସ୍ତଙ୍କୁ ମତଦାତାଙ୍କ ସଂକଳ୍ପ ପତ୍ରଟି ଛାତ୍ରୀ ମାନଙ୍କୁ ପାଠ କରାଇଥିଲେ।
ଏନ୍ ଏସ୍ ଏସ୍ ପି ଓ ଡ଼. ଭାରତୀ ପାଣିଗ୍ରାହୀ ମଧ୍ୟ ଭୋଟଦାନ ଏକ ମହତ୍ ଦାନ ନିଜ ବିବେକ ଅନୁଯାୟୀ , କୌଣସି ପ୍ରଲୋଭନର ଶିକାର ନ ହୋଇ ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ସରକାର ଗଠନରେ ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ।
ଏଥିରେ ମହାବିଦ୍ୟାଳୟର ଛାତ୍ରୀ ମାନେ ମଧ୍ୟ ଯୋଗ ଦେଇ ସଂକଳ୍ପ ପତ୍ର ପାଠ କରିଥିଲେ। ଏହାପରେ ସଭାଶେଷ ହୋଇଥିଲା।

Leave A Reply

Your email address will not be published.