ଜାତୀୟ ଶିଶୁ କନ୍ୟା ଦିବସ ପାଳନ

0

ଦେବଗଡ଼ / ଅବନୀକାନ୍ତ ମିଶ୍ର : : ଦେବଗଡ଼ ଚାଇଲ୍ଡଲାଇନ , କୋଲାବ ଓ ଅର୍ବାନ ର ଅଙ୍ଗନବାଡ଼ି, ଭିତିରିଆ ସାହି, ଖପର ସାହି, ଘୋଡାସାଲ ଓ ଜଗତିପାଲି ସାହି ର କିଶୋରୀ ବାଳିକାମାନଙ୍କୁ ନେଇ ସ୍ଥାନୀୟ ନେତାଜୀ କ୍ଲବ ଛକ ଠାରୁ ଜାତୀୟ ଶିଶୁ କନ୍ୟା ଦିବସ ଅବସରରେ ସଚେତନ ମୂଳକ ସ୍ଲୋଗାନ ଦେଇ ବାଳକ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଏୱସି ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରାଯାଇଥିଲା। ସେଠାରେ ପିଲା ମାନଙ୍କୁ ଶିଶୁ କନ୍ୟା ଦିବସ ଅବସରରେ ଶିଶୁ କନ୍ୟା ଙ୍କ ସୁରକ୍ଷା, ଯତନ ଏବଂ ବିକାଶ ଉପରେ ଆଲୋକପାତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଦେବଗଡ଼ ଚାଇଲ୍ଡ ଲାଇନ ର ଉପେନ୍ଦ୍ର ଭଞ୍ଜ, ମୋଜାହିଦ୍ ଆଲାମ, ତେମିୟ ରଞ୍ଜନ ପ୍ରଧାନ, ଶ୍ରୀଲେଖା ମେହେର, ଅଷ୍ଟମୀ ପାତ୍ର ଓ ୱାର୍ଡ ନ ୧ ର ଅଙ୍ଗନବାଡ଼ି ଦିଦି ଦେବଜାନୀ ଦାସ, ସଂଯୁକ୍ତା ମାଝୀ, ୱାର୍ଡ଼ ନ ୫ର ରିପାଞ୍ଜଳୀ ଦଳେଇ, ବବି ନାଥ ଓ କିଶୋରୀ ବାଳିକାମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.