ଅସ୍ତରଙ୍ଗ( ଦୁଃଶାସନ ନାୟକ) : ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ୦୮ ନଂ ଜୋନ ପାଇଁ ଗୁରୁବାର ଦିନ ପୁରୀ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେଡି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।ସ୍ଵାଧୀନ ଲଗାତର ଭାବେ ବିଜେଡି ଦଳ ପକ୍ଷରୁ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ପଦବୀରେ ଏବେ ଅଛନ୍ତି। ତାଙ୍କ ବାପା ସୁରେନ୍ଦ୍ର ନାଥ ନାୟକ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ପଦବୀରେ ଥିବାବେଳେ ସେ ପ୍ରତ୍ୟକ୍ଷ ରାଜନୀତିରେ ଅଂଶ ଗ୍ରହଣ କରି କାକଟପୁର ନିର୍ବାଚନ ମଣ୍ଡଳୀ ରାଜନୀତିରେ ରହି ଆସିଥିଲେ। ସେ ପ୍ରତ୍ୟକ୍ଷ ରାଜନୀତିକୁ ଆସି ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଦ୍ଵିତୀୟ ଥର ପାଇଁ ଏବେ ସେ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ପଦବୀରେ ରହି ଜିଲ୍ଲା ପରିଷଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।ଏଥି ସହିତ ଅସ୍ତରଙ୍ଗ ବ୍ଲକ ଜୋନ ନଂ ୧ ରୁ ବିଜେଡି ପ୍ରାର୍ଥୀନୀ ଭାବେ ସରସ୍ଵତୀ ସ୍ଵାଇଁ, ଜୋନ ନଂ ୨ ରୁ ବନିତା ବେହେରା, ଜୋନ ନଂ ୧୪ ରୁ ସାଗରିକା ନାୟକ ପ୍ରମୁଖ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବିଜେଡି ପକ୍ଷରୁ ଦଳୀୟ ଟିକେଟ ପାଇଥିବାରୁ ପ୍ରମୁଖ ପ୍ରାର୍ଥୀମାନେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନେ ନିଜ ନିଜ ଜୋନର ଜନସାଧାରଣ ମାନଙ୍କୁ କୃତଜ୍ଞତା ଜଣାଇବା ସହିତ ବିଜୟ ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.