ରାଉରକେଲା(ବସନ୍ତ ଜେନା): ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ସ୍ଥାନୀୟ ସଦ୍ ଭାବନା ଭବନ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଶ୍ୱଜିତ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଗୃହ ବିଭାଗ ଦ୍ଵାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ସଂପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ।
ବୈଠକ ର ନିଷ୍ପତି ଅନୁଯାୟୀ ଜାନୁଆରୀ ୨୬ ତାରିଖ ଦିନ ପ୍ରାତଃ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ୍ ପରିବେଷଣ କରାଯିବ ଏବଂ ସହର ମଧ୍ୟରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବ। ସେହିପରି ସକାଳ ୭:୩୦ ମିନିଟ୍ ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ମାନଙ୍କରେ ଅନୁଷ୍ଠାନ ମୁଖ୍ୟଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଯିବ । ରିଜର୍ଭ ପୋଲିସ ପଡ଼ିଆ, ଶଙ୍କରା ଠାରେ ସକାଳ ୮:୩୦ ମିନିଟ୍ ସମୟରେ ଜିଲ୍ଲା ସ୍ତରୀୟ ସାଧାରଣନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିବେ। ମାର୍ଗଦର୍ଶିକା ଅନୁଯାୟୀ ଉତ୍ସବରେ ସାଧାରଣ ଜନତା ସାମିଲ ହେବେ ନାହିଁ କେବଳ ସୀମିତ ସଂଖ୍ୟକ ଡାକ୍ତର, ସ୍ଵାସ୍ଥ୍ୟ କର୍ମୀ, ପୋଲିସ, ଅଗ୍ନିଶମ କର୍ମଚାରୀ, ପରିମଳ କର୍ମଚାରୀ ଆଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କୋଭିଡ୍ ସମୟରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ କୋଭିଡ୍ ଯୋଦ୍ଧା ମାନଙ୍କୁ ସମ୍ମାନିତ କରାଯିବାକୁ ବୈଠକ ରେ ନିଷ୍ପତି ନିଆଯାଇଛି। ବୈଠକରେ ଶ୍ରୀ ଭୈରବ ସିଂ ପଟେଲ, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଶ୍ରୀ ଅଭିମନ୍ୟୁ ବେହେରା,ସଦର
ଉପ- ଜିଲ୍ଲାପାଳ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନିଲ କେରକେଟା ଏବଂ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ନନ୍ଦିନୀ ମୁଣ୍ଡାରୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ ବୈଠକ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.