କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲା କାଶିପୁର ବ୍ଲକ ସ୍ଥିତ ମକାପଦର ଗ୍ରାମ ନିକଟରେ ଆଜି ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଉତ୍କଳ ଆଲୁମିନା ମଜଦୂର ସଂଘ (ଠିକା) ପକ୍ଷରୁ କୋଭିଡ୍ ର ସମସ୍ତ ନିୟମକୁ ପାଳନ କରି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ମକାପଦର ଗ୍ରାମ ଠାରେ ଉତ୍କଳ ଆଲୁମିନା ମଜଦୂର ସଂଘ ( ଉତ୍କଳ ଆଲୁମିନା ର ମ୍ୟାଣ୍ଟନେନସ କମ୍ପାନୀ ) ର ସଭାପତି ସମିର ଖରାଙ୍କ ସଭାପତିତ୍ବରେ ଆୟୋଜିତ ବୈଠକ ରେ ମୂଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ର ରାଜ୍ଯ ଉପସାଧାରଣ ସମ୍ପାଦକ ଶ୍ରୀ ସାନ୍ତୁନୁ କୁମାର ମହାପାତ୍ର , ସମ୍ମାନୀୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ର ରାଜ୍ଯ ସଂପାଦକ ତଥା ଜିଲ୍ଲା ପ୍ରଭାରୀ ଶ୍ରୀ ଯୋଗେଶ୍ଵର ଦାସ ଯୋଗ ଦେଇ କୋବିଡ ର ସମସ୍ତ ନିୟମକୁ ପାଳନ କରି ତାଙ୍କ ବକ୍ତବ୍ୟରେ ପ୍ରକାଶ ପାଇଥିଲେ ଯେ ଭାରତୀୟ ମଜଦୁର ସଂଘ ଏକ ଅଣ ରାଜନୈତିକ ଶ୍ରମିକ ସଂଘ ଏବଂ ରାଷ୍ଟ୍ର ହିତ , ଉଦ୍ୟୋଗ ହିତ, ଶ୍ରମିକ ହିତ କୁ ପ୍ରାଧାନ୍ୟ ଦେଇ ଶ୍ରମିକ ମାନଙ୍କ ସ୍ଵାର୍ଥ ଏବଂ ହିତକୁ ନେଇ ଆଜି ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଆସୁଛି | ଶେଷରେ ସର୍ବସମ୍ମତିକ୍ରମେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ନୂତନ କର୍ମକର୍ତ୍ତା ଭାବେ ସଭାପତି ସମିର ଖରା, ସାଧାରଣ ସମ୍ପାଦକ ପ୍ରତାପ କୁମାର ସାହୁ, ଉପସଭାପତି ଭାବେ ଜ୍ୟୋତିର୍ମୟ ମିଶ୍ର, ପ୍ରୃଥିବି ରାଜ ସିଂ ଦେଓ, ସହ ସଂପାଦକ ଭାବେ ସାନ୍ଦ୍ରା ମାଝୀ, ବସନ୍ତ କୁମାର ବାଗ, କୋଷାଧ୍ୟକ୍ଷ ଭାବେ ପ୍ରସାନ୍ତ କୁମାର ବାଗ ଉପଦେଷ୍ଟା ଭାବେ ଯୋଗେଶ୍ଵର ଦାସ ଓ କିଶୋର କୁମାର ବାଗ ଏବଂ ୭ ଜଣଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ନିର୍ବାଚିତ କରାଯାଇଥିଲା।
ଉକ୍ତ ଚୟନ କାର୍ଯ୍ୟକ୍ରମ ରେ ଭାରତୀୟ ମଜଦୁର ସଂଘ ର ଜିଲ୍ଲା ଉପସଭାପତି ମହନ ରାଓ ମାଝୀ, ଜିଲ୍ଲା ସଂପାଦକ ଖଗେଶ୍ବର ସିଂ, କିଶୋର କୁମାର ବାଗ, ଭୀମସେନ ମାଝୀ ,ବିଜୟ ଦାସ, ବାବୁଲା ସାହୁ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ ଉକ୍ତ କାର୍ଯ୍ୟକ୍ରମ କୁ ଛେଲିୟା ନାୟକ, ଶିଶିର ନାୟକ, ଗୋପାଳ କୃଷ୍ଣ ନାୟକ ପରିଚାଳନା କରୁଥିଲେ |
Sign in
Sign in
Recover your password.
A password will be e-mailed to you.
Next Post