ବାସୁଦେବପୁର (ପ୍ରତାପ ପାଢ଼ୀ) : ଆଜି ବିଜେପି ପକ୍ଷରୁ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀ ଭଦ୍ରକ ଜିଲ୍ଲା କୋଷାଧ୍ୟକ୍ଷ ଜୟ ପ୍ରକାଶ ମଲ୍ଲିକଙ୍କ ସଭାପତିତ୍ବରେ ବିଜେପି ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ବିଧାନ ସଭା ମଣ୍ଡଳୀ ନେତା ମାଧବ। ନନ୍ଦ ମଲ୍ଲିକ, ବରିଷ୍ଟ କାର୍ଯ୍ୟ କର୍ତ୍ତା ଭଗବାନ ପଣ୍ଡା ଯୋଗ ଦେଇଥିଲେ। ଉକ୍ତ ବୈଠକ ରେ ବିଭିନ୍ନ କ୍ଷେତ୍ର ଯଥା ଧାନ କିଣା ରେ ଅନିୟମିତତା, ପ୍ରତି ପଞ୍ଚାୟତ ରେ ପାଇଖାନା ଦୁର୍ନୀତି, ଆବାସ ଦୁର୍ନୀତି, ପୋଲିସ ପ୍ରଶାସନ କୁ ଲଗାଇ ରାତି ଅଧରେ କର୍ମୀ ମାନଙ୍କୁ ଗିରଫ, ରାସନ୍ କାର୍ଡ ବଣ୍ଟନ ରେ ଦୁର୍ନୀତି ଆଦି ବିଭିନ୍ନ ପ୍ରସଙ୍ଗ ରେ ରାଜ୍ୟ ମୁଖ ପାତ୍ର ଆଲୋଚନା କରି ରାଜ୍ୟ ସରକାର ଙ୍କ ବିଫଳତା କୁ ପାଥେୟ କରି ଆଗାମୀ ନିର୍ବାଚନ ସମ୍ମୁଖୀନ କରିବାକୁ କର୍ମୀ ମାନଙ୍କୁ ଆହ୍ବାନ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.