ଭଲକରି ଚିହ୍ନି ରଖ ଭ୍ରାତାଙ୍କ ବଦନ: ସାଙ୍ଘାତିକ ଠକ ଏ ଦୀପକ ପଣ୍ଡା ଆଲିଆସ ଚତୁର୍ଭୁଜ ତରାଇ

0

 

  • ଠକାମିର ଯାଞ୍ଚ ଲାଗି ସ୍ୱତନ୍ତ୍ର ତଦନ୍ତ ଟିମ ଗଠନ କଲା ସୁନ୍ଦରଗଡ଼ ପୋଲିସ

  • ପରସ୍ତ ପରସ୍ତ ହୋଇ ଖୋଲୁଛି ଠକାମିର ଫର୍ଦ୍ଦ

  • ଖାଲି ଜମି ନୁହଁ, ମହିଳା ମାନଙ୍କୁ ବିବାହର ପ୍ରଲୋଭନ ଦେଇ ଲୁଟୁଥିଲା

  • ବେକାର ପୁରୁଷଙ୍କୁ ଚାକିର ପ୍ରଲୋଭନ ଦେଇ ଠକୁଥିଲା ।

  • ଠକ ଦୀପକକୁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ସୁନ୍ଦରଗଡ଼ ପୋଲିସ ।

ରାଉରକେଲା(ବସନ୍ତ ଜେନା): ସୁନ୍ଦରଗଡ ପୋଲିସ ହାତରେ ଧରାପଡିଥିବା ଦୀପକ ପଣ୍ଡା ଓରଫ ଚତୁର୍ଭୁଜ ତରାଇର ଠକାମୀର ପର୍ଦ୍ଦା ପରସ୍ତ ପରସ୍ତ ହୋଇ ଖୋଲୁଛି। ସୁନ୍ଦରଗଡ଼ ପୋଲିସ ର ଜଣେ ମହିଳା ଅଧିକାରୀଙ୍କୁ ସାଢ଼େ ଚାରିଲକ୍ଷ ଟଙ୍କା ଠକି ଧରପଡି ଦୀପକ ଏବେ ଜେଲ ରେ ଅଛି।କେବଳ ଏହି ମହିଳା ଅଧିକାରୀ ନୁହନ୍ତି , ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ ରୁ ଉର୍ଦ୍ଧ୍ବ ଲୋକ ଦୀପକ ର ଠକାମି ର ଶିକାର ହୋଇଥିବା ପୋଲିସ ତଦନ୍ତରୁ ଜାଣି ପାରିଛି। ଦୀପକ ଓରଫ ଚତୁର୍ଭୁଜ ଏପର୍ଯ୍ୟନ୍ତ ୩୦ ଲକ୍ଷ ଟଙ୍କା ଠକିଥିବା ଜଣାପଡିଛି। ଅଧିକ ତଦନ୍ତ ଲାଗି ପୋଲିସ ଦୀପକଙ୍କୁ ରିମାଣ୍ଡ ରେ ଆଣିବାକୁ ଆବେଦନ କରିବା ନେଇ ଏସ ପି ସୂଚନା ଦେଇଛନ୍ତି। ଦୀପକ ପୁରୁଷ ମାନଙ୍କୁ ଚାକିରୀ ର ପ୍ରଲୋଭନ ଦେଇ ଠାକୁଥିବା ବେଳେ ମହିଳା ମାନଙ୍କୁ ବିବାହର ପ୍ରଲୋଭନ ଦେଇ ଠକୁଥିଲା। ସୁନ୍ଦରଗଡ଼ ଛଡା ରାଜ୍ୟର ଦେବଗଡ଼ , ଭୁବନେଶ୍ୱର , ମୟୁରଭଞ୍ଜ , ବାଲେଶ୍ୱର , ଗଜପତି ଆଦି ଜିଲ୍ଲାରେ ଦୀପକ ବହୁ ଲୋକଙ୍କୁ ଠକିଥିବା ସୂଚନା ମିଳୁଛି। ଏହି ସମସ୍ତ ଜିଲ୍ଲାରୁ ଏ ବାବଦରେ ରିପୋର୍ଟ ମଗାଯାଇଛି ଏବଂ ଏହି ଠକାମିର ଯାଞ୍ଚ ଲାଗି ସ୍ୱତନ୍ତ୍ର ତଦନ୍ତ ଟିମ ଗଠନ କରାଯାଇଛି ବୋଲି ସୁନ୍ଦରଗଡ ଏସପି ସାଗରିକା ନାଥ କହିଛନ୍ତି ।

Leave A Reply

Your email address will not be published.