ଚୋରା ମାଙ୍କଡ଼ା ଚାଲାଣକାରୀଙ୍କ ବିରୋଧରେ ଆକ୍ସନ ମୋଡ଼ରେ ଖୋର୍ଦ୍ଧା ଜିଲ୍ଲା ପୋଲିସ

0

ଖୋର୍ଦ୍ଧା/ରବି ନାରାୟଣ ସାହୁ-ଖୋର୍ଦ୍ଧା ଜିଲ୍ଲାରେ ଥିବା ରାଜସ୍ୱ ବିଭାଗର ଜମି ଗୁଡିକ ଉପରେ ଚୋରା ମାଙ୍କଡ଼ା ପଥର ବ୍ୟବସାୟୀମାନେ ପଥର କାଟି ବିଭିନ୍ନ ସ୍ଥାନରେ କୁତ୍ରିମ ପୋଖରୀ ସୃଷ୍ଟି କରିବାରେ ଲାଗିପଡିଛନ୍ତି ଏବଂ ଜଙ୍ଗଲ ଜମି ଗୁଡିକ ରେ ପଥର କାଟି ଜଙ୍ଗଲ ସଫା ହେବାରେ ଲାଗିଛି | ଏହାର କୁପ୍ରଭାବ ପରିବେଶ ଉପରେ ପଡିବା ସହ ପ୍ରଦୂଷଣ ବଢ଼ିବାରେ ଲାଗିଛି ବୋଲି ସାଧାରଣ ରେ ଚର୍ଚ୍ଚା ଚାଲିଛି | ଏହାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ବିଭାଗ ଏବେ ଆକ୍ସନ ମୋଡରେ | ଗତ କିଛି ଦିନ ଧରି ଚୋରା ମାଙ୍କଡ଼ା ବୋଝେଇ ଟ୍ରକ ଉପରେ ଲଗାତାର ଚଢ଼ାଉ ଜାରି ରଖିଛି ଖୋର୍ଦ୍ଧା ପୋଲିସ | ଏହି କ୍ରମରେ ୧୧ଟି ପଥର ବୋଝେଇ ଟ୍ରକ କୁ ଜବତ କରିବା ସହିତ ସାତ ଗୋଟି ମାମଲା ରୁଜୁ କରି ୬ଜଣ ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରାଯାଇଛି। ଲକ୍ଷାଧିକ ଟଙ୍କାର ପଥର ଜବତ କରାଯାଇଛି। ଏହି ଭଳି ଭାବେ ଚୋରା ଚାଲାଣ ଉପରେ ଚଢ଼ାଉ କରାଯିବ ବୋଲି ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.