ପଦ୍ମପୁର(ଶାସକ ପ୍ରଶାସକ) : ମକର ସଂକ୍ରାନ୍ତି ଉପଲକ୍ଷେ ସିର୍ଜିନା ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ମକର ମିଳନ ସମ୍ପର୍କିତ ଏକ ଭର୍ଚ୍ୟୁଆଲ୍ ସଭା ଆୟୋଜିତ ହେବା ସହିତ ଏକ ଆଭାସୀ କବିତା ଆସର ମଧ୍ୟ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନ ର ଉପସଭାପତି ତଥା ଯୁବକବି ଶ୍ରୀ ରାଧାମୋହନ ପୂଜାହାରୀ ଙ୍କ ସଭାପତିତ୍ୱ ରେ ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ସପନ କୁମାର ମିଶ୍ର ମୁଖ୍ୟ ଅତିଥି, ଶ୍ରୀ ସରୋଜ କୁମାର ସାହୁ ମୁଖ୍ୟ ବକ୍ତା ଏବଂ କବୟିତ୍ରୀ ତଥା କଣ୍ଠଶିଳ୍ପୀ ଶ୍ରୀମତୀ ସବିତା ମେହେରା ମୁଖ୍ୟ ଶ୍ରୋତା ଭାବରେ ଯୋଗ ଦେଇଥିଲେ l ଶ୍ରୀ ସପନ କୁମାର ମିଶ୍ର ନିଜ ବକ୍ତବ୍ୟ ରେ ପଶ୍ଚିମ ଓଡ଼ିଶାର ଦୁଇ ଜଣ ମହାନ ନାଟ୍ୟକାର ସ୍ବର୍ଗତ ଶ୍ରୀ ମଙ୍ଗଳୁ ଚରଣ ବିଶ୍ୱାଳ ଓ ସ୍ବର୍ଗତ ଶ୍ରୀ ଲାଲା ରତ୍ନାକର ସିଂ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସମ୍ବଲପୁରୀ ନାଟ୍ୟ ସାହିତ୍ୟରେ ସେମାନଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ | ଏହି ଅବସରରେ ସପନ କୁମାର ମିଶ୍ର, ସରୋଜ କୁମାର ସାହୁ, ରମଣୀ ରଞ୍ଜନ ବିଶ୍ୱାଳ, ଯୁବ କବି ତନ୍ମୟ, ରାଧାମୋହନ ପୂଜାହାରୀ, ମୀରାବାଈ ପାଣିଗ୍ରାହୀ, ସବିତା ମେହେରା, ଆହ୍ଲାଦିନୀ ଦାସ, ପ୍ରସନ୍ନ ରଣା, ଆଶୁତୋଷ ଠାକୁର, ବେଦବ୍ୟାସ ମେହେର, ରାଜେନ୍ଦ୍ର ମହାନ୍ତି ଆଦି ଅନେକ କବି କବୟିତ୍ରୀ ନିଜ ନିଜ ସ୍ୱରଚିତ କବିତା ପାଠ କରି ଆସରକୁ ସାଫଲ୍ୟ ମଣ୍ଡିତ କରିଥିଲେ | ମୁଖ୍ୟ ଶ୍ରୋତା ସବିତା ମେହେରା କବି ମାନଙ୍କର କବିତା ଗୁଡ଼ିକର ପାଠକୀୟ ଅଭିମତ ରଖିଥିଲେ l କାର୍ଯ୍ୟକ୍ରମକୁ କବି ଭୀଷ୍ମଦେବ ସାହୁ ପରିଚାଳନା କରିଥିଲେ | ପରିଶେଷରେ କବି ରାଧାମୋହନ ପୂଜାହାରୀ ଧନ୍ୟବାଦ ଜ୍ଞାପନ କରିଥିଲେ | କରୋନା ମହାମାରୀ ଭଳି ସାଙ୍ଘାତିକ ପରିସ୍ଥିତି ରେ ମଧ୍ୟ ଅନୁଷ୍ଠାନର ସଂପାଦକ ଶ୍ରୀ ରାଜେନ୍ଦ୍ର ମହାନ୍ତି ଙ୍କ ଏଭଳି ଭର୍ଚ୍ୟୁଆଲ୍ ସଭା ଓ କବିତା ଆସର ଆୟୋଜିତ କରିବାର ପ୍ରୟାସ କୁ କବି ମହଲରେ ଭୂୟସୀ ପ୍ରଶଂସା କରାଯାଇଛି |
Sign in
Sign in
Recover your password.
A password will be e-mailed to you.