ଉମରକୋଟ(ଜିତେନ୍ଦ୍ର ମହାନ୍ତି): ଭୂମିହୀନ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ଜମି ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଜାଗା ମିଶନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳରେ ମଧ୍ୟ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ଏବେ ଏହି ଯୋଜନାର ପ୍ରଚାର ତଥା ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଗୁଡିକୁ ଏଥିରେ ଉପକୃତ କରିବା ପାଇଁ ଉମରକୋଟର ୨୭ଟି ସ୍ଥାନରେ ସ୍ଵୟଂ ସହାୟିକା ଗୋଷ୍ଠୀ ଗୁଡିକ ସହ ଚୁକ୍ତି କରାଯାଇଛି। ଏହି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଗୁଡିକ ଏହି ଯୋଜନାରେ ବସ୍ତି ଅଞ୍ଚଳରେ ଏହି ଯୋଜନାର ସଫଳ ରୂପାୟନ ପାଇଁ କାର୍ଯ୍ୟ କରିବା ସହ ବସ୍ତି ଅଞ୍ଚଳର ବିକାଶର ନୂଆ ସାଥୀ ହେବେ। ଆଉ ଏଥି ପାଇଁ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ଜାଗା ସମ୍ପର୍କ ଅଭିଯାନ। ଆଜି ପୌରାଞ୍ଚଳର ଗୁଲିପାଟଣା, କୁସୁମଗୁଡା ଠାରେ ଏହି ଅଭିଯାନରେ ସଭା କାର୍ଯ୍ୟ କରାଯାଇଥିବା ବେଳେ ତେବେ ଏଥିରେ କରୋନା କଟକଣାକୁ ସମ୍ପୂର୍ଣ୍ଣ ରୂପେ ଧର୍ମକୁ ଆଖି ଠାର ମାରିବା ଭଳି ଫୁ କରି ଉଡାଇ ଦିଆଯାଇଥିଲା। ନା ଏଠାରେ ସାମାଜିକ ଦୂରତା ରକ୍ଷା କରାଯାଇଥିଲା ନା ସାନିଟାଇଜର ଆଦିର ବ୍ୟବହାର କରାଯାଇଥିଲା। ଏମିତିକି ଅନେକ ସ୍ଥାନରେ ପ୍ରବଳ ଜନ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଏନେଇ ଉମରକୋଟ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀଙ୍କୁ ପଚାରିବାରେ, ଏଥିରେ କରୋନା କଟକଣାକୁ ପାଳନ କରି ମାତ୍ର ୧୦୦ ଜଣଙ୍କ ସାମିଲ ପାଇଁ ଅନୁମତି ରହିଛି। ତେବେ ଯଦି କରୋନା କଟକଣାର ଉଲଂଘନ କରାଯାଉଛି , ତେବେ ଏହାର ଆଗାମୀ କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେଉଁ ସମୟରେ ନବରଙ୍ଗପୁର ଜିଲ୍ଲା ତଥା ରାଜ୍ୟ ଏବଂ ଦେଶରେ କରୋନା ତାର କାୟା ମେଲାଇ ଚାଲିଥିବା ବେଳେ ଉମରକୋଟ ପୌରାଞ୍ଚଳରେ ମଧ୍ୟ ଦୈନିକ କରୋନା ମାମଲା ସାମନାକୁ ଆସୁଛି। ଯାହା ପାଇଁ ବ୍ୟବସାୟିକ ଅନୁଷ୍ଠାନ, ବିବାହ, ବ୍ରତ ଏବଂ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି । ଏହି ପରିସ୍ଥିତିରେ ଏହିପରି ସରକାରୀ କାର୍ଯ୍ୟକ୍ରମ କରୋନା କୁ ନିମନ୍ତ୍ରଣ କହିଲେ ଅତ୍ୟୁକ୍ତି ହେବ ନାହିଁ।
Sign in
Sign in
Recover your password.
A password will be e-mailed to you.
Next Post