ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ମକର ଉତ୍ସବ ପାଳନ ଭର୍ଚୁଆଲରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉତ୍କଳୀୟ ନାରୀଙ୍କ ଭୂମିକା ଶୀର୍ଷକ ଆଲୋଚା ଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରଗତି ମହିଳା ଅନୁଷ୍ଠାନର ସମ୍ପାଦିକା ତନୁଜା ଶତପଥିଙ୍କ ଅଧ୍ୟକ୍ଷତାରେ ଏହି ଆଭାଷୀ ଆଲୋଚନାରେ ଆଧୁନିକତା ଗ୍ରହଣ କରିଥିଲେ ସୁଦ୍ଧା ପରମ୍ପରା ଓ ସଂସ୍କୃତିକୁ ଆପଣେଇ ବସୁଦେବ କୁଟୁମ୍ବ କମ୍ ନିତି ଓ ଆଦର୍ଶକୁ ଉଚ୍ଚାରଣରେ ନୁହେଁ ଆଚରଣରେ ପରିଣତ କରିବା ଦରକାର ବୋଲି ଅଂଶଗ୍ରହଣ କାରୀ ମାନେ କହିଥିଲେ।
ଏହି ଗଣ ପର୍ବ ଜାତି, ଧର୍ମ , କର୍ମ, ଧନୀ , ଗରିବ , ଲିଙ୍ଗ ନିର୍ବିଶେଷରେ ଆମେ ଏକ ଅଭିନ୍ନ ଆମର ମାନବିକତା ଓ ନୋଇତିକତା କୁ ସଦାସର୍ବଦା ସବୁ କର୍ମରେ ଲଗାଇ ନାରୀ ସମାଜକୁ ବିକାଶ ପଥରେ ନେବା ଜରୁରୀ ବୋଲି ବକ୍ତା ମାନେ ସ୍ବୀକାର କରିଥିଲେ। ସ୍ବତନ୍ତ୍ର ଅତିଥି ଭାବେ ଭାବଚନ୍ଦ୍ରିକା ଦେବୀ (ଜୟପୁର), ଗୀତିଶ୍ମିତା ସାହୁ (ସୋରଡ଼ା) ଯୋଗଦାନ କରିଥିଲେ।
ମମତା ପାଢ଼ୀ , ମୋହିନୀ ପ୍ରଧାନ , ନିବେଦିତା ପଟ୍ଟନାୟକ ଯୋଗ ଦେଇଥିବାବେଳେ ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ମୁଖ୍ୟ ଅତିଥି ଏବଂ ଡାକ୍ତର ମୁର୍ମୁ ମୁଖ୍ୟ ବକ୍ତାଭାବେ ଯୋଗ ଦାନ କରିଥିଲେ। ଶେଷରେ ମମତା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.