ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧିନସ୍ଥ ନେହୁରୁ ଯୁବ କେନ୍ଦ୍ର ସହାୟତାରୁ ଗଜପତି ଜିଲ୍ଲାରେ ନେହୁରୁ ଯୁବ କେନ୍ଦ୍ର ଦ୍ୱାରା “ସ୍ୱାମୀ ବିବେକାନନ୍ଦଙ୍କ ୧୬୦ ତମ ଜୟନ୍ତୀ ଅବସରରେ ଯୁବଗୋଷ୍ଠୀଙ୍କୁ ଆହ୍ୱାନ” କାର୍ଯ୍ୟକ୍ରମ ଭର୍ଚୁଆଲରେ ଆୟୋଜନ ହୋଇଥିଲା। ଏଥିରେ ଗୁମ୍ମା ବ୍ଲକ୍ ର ଯୁବ ଗୋଷ୍ଠୀରୁ ଯୁବ ପିଲାମାନେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ରାଜ୍ୟ ସାହିତ୍ୟ ଏକାଡେମୀର ସଦସ୍ୟ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ଓ ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମଟି ନେହୁରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଗୁମ୍ମା ବ୍ଲକ୍ ନେହୁରୁ ଯୁବ କେନ୍ଦ୍ରର ବିଜୟ କୁମାର ଗୌଡ , ଭାସ୍କର ଘାଣ୍ଟା ଓ ପ୍ରଶିକ୍ଷିକା ମୋହିନୀ ପ୍ରଧାନଙ୍କ ଅଧିନରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.