ବଣେଇ ବନଖଣ୍ଡରେ ହାତୀ ଘଉଡାଉ ଥିବା ବେଳେ ହାତୀ ଆକ୍ରମଣରେ ସ୍କ୍ୱାଡର ଜଣେ ସଦସ୍ୟଙ୍କ ମୃତ୍ୟୁ।।

0

ରାଉରକେଲା:(ବସନ୍ତ ଜେନା): ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ ଅଣାୟତ୍ତ ହୋଇପଡିଛି। ଆଜି ଜିଲ୍ଲାରେ ହାତୀ ଘଉଡାଇଲା ବେଳେ ସ୍କ୍ୱାର୍ଡ ର ଜଣେ ସଦସ୍ୟଙ୍କୁ ହାତୀ କଚାଡି ମାରିଦେଇଛି। ସୂଚନା ଅନୁଯାୟୀ ବରସୁଆଁ ରେଞ୍ଜର ଭୁତୁଡ଼ା କେନସିଲା ଜଙ୍ଗଲ ରେ ହାତୀଦଳ ଥିବା ର ଖବର ପାଇ ହାତୀ ସ୍କ୍ୱାର୍ଡ ରେ ନିୟୋଜିତ ଥିବା କର୍ମଚାରୀ ଏବଂ ବନବିଭାଗ କର୍ମଚାରୀ ମାନେ ସେଠାରେ ପହଞ୍ଚଥିଲେ।
ହାତୀ ଦଳକୁ ଘଉଡ଼ାଉ ଥିବା ବେଳେ ଗୋଟିଏ ହାତୀ ହଠାତ ଦୌଡ଼ି ଆସି ହାତୀ ସ୍କ୍ୱାର୍ଡର ଚନ୍ଦ୍ର ଶେଖର ମହାନ୍ତ ଙ୍କୁ କଚାଡି ମାରି ଦେଇଥିଲା । ଖବର ପାଇବା ପରେ ବଣାଇ ଡି ଏଫ ଓ , ଏ ସିଏଫ, ରେଞ୍ଜର ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ହାତୀ ମାନଙ୍କୁ ଜଙ୍ଗଲ ମଧ୍ୟକୁ ଘଉଡ଼ାଇ ଚନ୍ଦ୍ରଶେଖର ଙ୍କ ମୃତ ଶରୀର ର କୁ ଆଣିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି ଏସିଏଫ ମହେନ୍ଦ୍ର କୁମାର ନାଥ ।

Leave A Reply

Your email address will not be published.