ସେପ୍ଟେମ୍ବରରେ ଓଡ଼ିଶାରେ ଜିଓର ଦମ୍ଦାର ପ୍ରଦର୍ଶନ, ସର୍ବାଧିକ ୪.୮ ଲକ୍ଷରୁ ଅଧିକ ସକ୍ରିୟ ମୋବାଇଲ୍ ଗ୍ରାହକ ଯୋଡ଼ିଛି: ଟ୍ରାଇ ତଥ୍ୟ
- ସେପ୍ଟେମ୍ବରରେ ଓଡ଼ିଶାରେ କେବଳ ଜିଓ ହିଁ ସକ୍ରିୟ ମୋବାଇଲ୍ ଗ୍ରାହକ ଯୋଡ଼ିବାରେ ସଫଳ ହୋଇଛି। ଅନ୍ୟ ସମସ୍ତ ଅପରେଟର ହଜାର ହଜାର ଗ୍ରାହକ ହରାଇଛନ୍ତି
- ଏହି ମାସରେ ଏୟାରଟେଲ ଓଡ଼ିଶାରେ ୧ ଲକ୍ଷରୁ ଅଧିକ ସକ୍ରିୟ ଗ୍ରାହକ ହରାଇଛି
- ଜାତୀୟ ସ୍ତରରେ ସେପ୍ଟେମ୍ବର ମାସରେ ଏୟାରଟେଲ ତୁଳନାରେ ଜିଓ ୧୦ ଗୁଣ ଅଧିକ ମୂଳ ମୋବାଇଲ୍ ଗ୍ରାହକ ଯୋଡ଼ିଛି।
ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଦମ୍ଦାର ପ୍ରଦର୍ଶନ ଜାରି ରଖି ରିଲାଏନ୍ସ ଜିଓ ସେପ୍ଟେମ୍ବର ମାସରେ ସର୍ବାଧିକ ୪.୮ ଲକ୍ଷରୁ ଅଧିକ ସକ୍ରିୟ ମୋବାଇଲ୍ ଗ୍ରାହକ ଯୋଡ଼ିଛି। ଏହି ମାସରେ ଅନ୍ୟ ସମସ୍ତ ସେବା ପ୍ରଦାନକାରୀ ହଜାର ହଜାର ସକ୍ରିୟ ଗ୍ରାହକ ହରାଇଛନ୍ତି।
ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ୨୦୨୬ ସେପ୍ଟେମ୍ବର ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ୪.୮ ଲକ୍ଷରୁ ଅଧିକ ସକ୍ରିୟ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ବେଳେ ଭାରତୀ ଏୟାରଟେଲ ୧.୦୬ ଲକ୍ଷରୁ ଅଧିକ ସକ୍ରିୟ ମୋବାଇଲ୍ ଗ୍ରାହକ ହରାଇଛି। ଅନ୍ୟପକ୍ଷରେ ଭୋଡାଫୋନ୍ ଆଇଡିଆ ୮ ହଜାରରୁ ଅଧିକ ଏବଂ ବିଏସଏନଏଲ ୯ ହଜାରରୁ ଅଧିକ ସକ୍ରିୟ ମୋବାଇଲ୍ ଗ୍ରାହକ ହରାଇଛନ୍ତି। ରାଜ୍ୟର ମୋଟ ସକ୍ରିୟ ମୋବାଇଲ୍ ଗ୍ରାହକଙ୍କ ମଧ୍ୟରୁ ଜିଓର ଗ୍ରାହକ ବଜାର ଅଂଶ ୫୩.୮ ପ୍ରତିଶତରୁ ଅଧିକ ରହିଛି।
ଟ୍ରାଇ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ମାସରେ ଓଡ଼ିଶାରେ ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୨ ଲକ୍ଷରୁ ଅଧିକ ବୃଦ୍ଧି ପାଇଛି। ଏହା ସହିତ ରାଜ୍ୟରେ ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୩.୯୪ କୋଟି ଅତିକ୍ରମ କରିଛି।
ସେପ୍ଟେମ୍ବର ମାସରେ ନୂତନ ମୋବାଇଲ୍ ଗ୍ରାହକ ଯୋଡ଼ିବା କ୍ଷେତ୍ରରେ ମଧ୍ୟ ଜିଓ ସର୍ବାଧିକ ୧.୮୮ ଲକ୍ଷ ଗ୍ରାହକ ଯୋଡ଼ିଛି। ଏହା ପଛକୁ ଏୟାରଟେଲ ପ୍ରାୟ ୧୫ ହଜାର ଏବଂ ବିଏସଏନଏଲ ପ୍ରାୟ ୧୨ ହଜାର ଗ୍ରାହକ ଯୋଡ଼ିଛନ୍ତି। ଏହି ଅବଧିରେ ଭୋଡାଫୋନ୍ ଆଇଡିଆ ରାଜ୍ୟରେ ୭ ହଜାରରୁ ଅଧିକ ମୋବାଇଲ୍ ଗ୍ରାହକ ହରାଇଛି।
ସେହିପରି ହୋମ୍ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରରେ ମଧ୍ୟ ଜିଓ ନିଜର ଦୃଢ଼ ଅଭିବୃଦ୍ଧି ଜାରି ରଖିଛି। ସେପ୍ଟେମ୍ବର ମାସରେ ରାଜ୍ୟରେ ୧୨ ହଜାରରୁ ଅଧିକ ନୂଆ ଜିଓଫାଇବର ଏବଂ ଜିଓଏୟାରଫାଇବର ଗ୍ରାହକ ଯୋଡ଼ି ହୋଇଛନ୍ତି। ଏହା ସହିତ ଓଡ଼ିଶାରେ ଜିଓର ହୋମ୍ ବ୍ରଡବ୍ୟାଣ୍ଡ୍ ଗ୍ରାହକଙ୍କ ସଂଖ୍ୟା ୮.୩୩ ଲକ୍ଷ ଅତିକ୍ରମ କରିଛି। ରାଜ୍ୟରେ ହୋମ୍ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରରେ ଜିଓର ଗ୍ରାହକ ବଜାର ଅଂଶ ୫୯.୪ ପ୍ରତିଶତରୁ ଅଧିକ ରହିଛି।
ଜାତୀୟ ସ୍ତରରେ ମଧ୍ୟ ଜିଓ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖିଛି। ସେପ୍ଟେମ୍ବର ମାସରେ ଦେଶରେ ଜିଓ ସର୍ବାଧିକ ୨୭.୧୨ ଲକ୍ଷ ମୋବାଇଲ୍ ଗ୍ରାହକ ଯୋଡ଼ିଛି।
ବିଶ୍ଳେଷକଙ୍କ ରିପୋର୍ଟ ଅନୁଯାୟୀ, ମେସିନ୍-ଟୁ-ମେସିନ୍ (ଏମଟୁଏମ) ସଂଯୋଗକୁ ବାଦ୍ ଦେଲେ ଦେଶର ମୂଳ ମୋବାଇଲ୍ ଗ୍ରାହକ ଆଧାର ଅଗଷ୍ଟ ତୁଳନାରେ ୨୨ ଲକ୍ଷ ବୃଦ୍ଧି ପାଇ ୧୧୫ କୋଟିରେ ପହଞ୍ଚିଛି। ଏଥିରେ ଜିଓ ୧୯ ଲକ୍ଷ ଗ୍ରାହକ ଯୋଡ଼ିଥିବା ବେଳେ ଏୟାରଟେଲ ମାତ୍ର ୨ ଲକ୍ଷ ଗ୍ରାହକ ଯୋଡ଼ିପାରିଛି। ଅର୍ଥାତ୍ ଏୟାରଟେଲ ତୁଳନାରେ ଜିଓର ନୂତନ ଗ୍ରାହକ ଯୋଗଦାନ ପ୍ରାୟ ୧୦ ଗୁଣ ଅଧିକ ରହିଛି।
ସେପ୍ଟେମ୍ବର ମାସରେ ମୋଟ ଗ୍ରାହକ ସଂଖ୍ୟା କ୍ଷେତ୍ରରେ ମଧ୍ୟ ଜିଓ ନିଜର ଅଗ୍ରଣୀ ସ୍ଥାନ ବଜାୟ ରଖିଛି। ଏହି ମାସରେ ଜିଓର ମୋଟ ଗ୍ରାହକ ସଂଖ୍ୟା ୫୧.୧୧ କୋଟି ରହିଥିବା ବେଳେ ଏୟାରଟେଲର ଗ୍ରାହକ ସଂଖ୍ୟା ୪୯.୪୨ କୋଟି ରହିଛି।
ଜାତୀୟ ସ୍ତରରେ ସକ୍ରିୟ ଗ୍ରାହକଙ୍କ କ୍ଷେତ୍ରରେ ଜିଓର ଅଗ୍ରଣୀ ସ୍ଥାନ ଆହୁରି ସୁଦୃଢ ହୋଇଛି। ସେପ୍ଟେମ୍ବର ମାସରେ ସମଗ୍ର ଟେଲିକମ୍ ଶିଳ୍ପରେ କୋର୍ ଭିଜିଟର ଲୋକେସନ୍ ରେଜିଷ୍ଟର (ଭିଏଲଆର) ଆଧାରିତ ସକ୍ରିୟ ଗ୍ରାହକଙ୍କ ସଂଖ୍ୟା ୬ ଲକ୍ଷ ବୃଦ୍ଧି ପାଇଥିବା ବେଳେ କେବଳ ଜିଓ ୧୩ ଲକ୍ଷ ନୂଆ ସକ୍ରିୟ ଗ୍ରାହକ ଯୋଡ଼ିଛି। ଅପରପକ୍ଷରେ ଏୟାରଟେଲ ଏହି ମାସରେ ୨ ଲକ୍ଷ ଏବଂ ଭୋଡାଫୋନ୍ ଆଇଡିଆ ୩ ଲକ୍ଷ ସକ୍ରିୟ ଗ୍ରାହକ ହରାଇଛନ୍ତି।
ଏହା ଦର୍ଶାଉଛି ଯେ, ଜିଓ ହେଉଛି ଏକମାତ୍ର ପ୍ରମୁଖ ଘରୋଇ ଟେଲିକମ୍ ଅପରେଟର, ଯିଏ ନିଜର ସକ୍ରିୟ ଗ୍ରାହକ ଆଧାରକୁ ବୃଦ୍ଧି କରିବାରେ ସଫଳ ହୋଇଛି। ଏହା ଜିଓର ଗ୍ରାହକଙ୍କ ସହ ଦୃଢ଼ ସମ୍ପର୍କ ଏବଂ ଏହାର ନେଟୱର୍କର ବ୍ୟାପକ ବ୍ୟବହାରକୁ ପ୍ରତିଫଳିତ କରୁଛି।