ରାଷ୍ଟ୍ରୀୟ ଯୁବ ଦିବସ ଉପଲକ୍ଷେ ଦୁଇ ଦିନିଆ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

0

ଜଗତସିଂହପୁର ସୁମନ୍ତ କୁମାର ଦାସ: ରାଷ୍ଟ୍ରୀୟ ଯୁବ ଦିବସ ଉପଲକ୍ଷେ ପିଟି ଉଷା କ୍ଲବ ପକ୍ଷରୁ ନେହେରୁ ଯୁବ କେନ୍ଦ୍ର ସହଯୋଗରେ ଦୁଇ ଦିନିଆ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଛେଳିଆଗଡ ଠାରେ ଜିଲ୍ଲା ହ୍ୟାଣ୍ତବଲ ଆସୋସିଏସନ୍ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି।
ବିଶିଷ୍ଟ କ୍ରୀଡା ସଂଗଠକ ପ୍ରୀୟନାଥ ରାୟଙ୍କ ତତ୍ବାବଧାନରେ ଅନୁଷ୍ଠିତ କ୍ରୀଡ଼ା ପ୍ରତିଯୋଗିତାରେ କବାଡି, ଦୌଡ଼ କୁଦ,ସର୍ଟଫୁଟ, ହ୍ୟାଣ୍ଡ ବଲ,ଡିସକସ ଆଦି ବିଭିନ୍ନ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ୯୭ ଜଣ ଖେଳାଳୀ,ରେଫରୀ ଓ ସଂଗଠକ ଭାଗନେଇଥିଲେ। ପୂର୍ବତନ ରାଜ୍ୟ ମାରାଥନ ବିଜୟିନୀ କସ୍ତୁରବା ଜେଠୀ ଓ ସିଦ୍ଧ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦିଲ୍ଲିପ ଦାସ ଏହି କ୍ରୀଡା ଉତ୍ସବକୁ ଉଦଘାଟନ କରିଥିବା ବେଳେ ଉଦଯାପନ ଉତ୍ସବରେ ଜଗତସିଂହପୁର ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ ତଥା ଜିଲ୍ଲା ହ୍ୟାଣ୍ତବଲ ଆସୋସିଏସନର ସଭାପତି ବିପ୍ଳବ ଚୌଧୁରୀ, ନେହେରୁ ଯୁବ କେନ୍ଦ୍ର ସଂଗଠନର ଜିଲ୍ଲା ମୁଖ୍ୟ ନିଖିଲ ଗୋକୁଲ, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ବାରିକ, ସମିତି ସଭ୍ୟା ମୌସୁମୀ ବାରିକ,ସଂଗଠକ କୃଷ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ଅତିଥି ଭାବରେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ସମ୍ପାଦକ ବ୍ରଜ କିଶୋର ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଦେବୀ ପ୍ରସାଦ ରାଉଳ, ସଂଗ୍ରାମ ସ୍ବାଇଁ,ସତ୍ୟସୂର୍ଯ୍ୟ ମଲ୍ଲିକ, ନନ୍ଦିତା ସେଠୀ,ଶକ୍ତୀ ରଂଜନ ରାୟ,ଭାଗ୍ୟଶ୍ରୀ ରାୟ ପ୍ରମୁଖ ଖେଳ ପରିଚାଳନା କରିଥିବା ବେଳେ ସୁକାନ୍ତ କୁମାର ବଳ ପୁରସ୍କାର ବିତରଣ ସଭା ପରିଚାଳନା କରିଥିଲେ। ଶେଷରେ କ୍ରୀଡ଼ା ସଂଗଠକ ପ୍ରୀୟନାଥ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.