ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ରାଜୁଗୁରୁ ସାହି ସ୍ଥିତ ପରିଚ୍ଛା ମଠ ପରିସରରେ ସ୍ବାମୀ ବିବେକାନନ୍ଦଙ୍କ ୧୬୦ ତମ ଜୟନ୍ତୀ ପାଳିତ ହୋଇଯାଇଛି।
ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ କଳାଶ୍ରୀ ମୂରଲୀଧର ପରିଚ୍ଛା , ସମ୍ମାନିତ ବକ୍ତା ଭାବେ ନିତ୍ୟାନନ୍ଦ ଚୌଧୁରୀ , ଯୋଗ ଦାନ କରି ଆଜିର ଯୁବ ସମାଜ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାପାଇଁ ଉଦବୋଧନ ଦେଇଥିଲେ।
ବାଳ ମୁକୁନ୍ଦ କେନ୍ଦ୍ରର ସମସ୍ତ ଛାତ୍ର ଛାତ୍ରୀ , ଅଭିଭାବକ ଯୋଗଦାନ କରି ବିବେକାନନ୍ଦଙ୍କ ତ୍ୟାଗ , ନିଷ୍ଠା , ସାହସ , ଏବଂ ବସୁଦେବ କୁଟୁମ୍ବକମ୍ ବାର୍ତ୍ତା ଆଜିର ଯୁଗରେ ସାଦରେ ଗ୍ରହଣ କରି ଆଚରଣରେ ଆପଣେଇବାକୁ ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ। କାର୍ଯ୍ୟକ୍ରମ ଶେଷରେ ସୁଶ୍ରୀ ପ୍ରଯୋତୀ ଚୌଧୁରୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post