କଲ୍ୟାସିଂହପୁର:ପ୍ରଦୀପ ଦଲାଇ/ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ସୀଙ୍ଗାରି ପଞ୍ଚାୟତର ବଡ଼ବାମନଗୁଡ଼ା ଗାଁ ନିକଟସ୍ଥ ଠାକୁରାଣୀ ମନ୍ଦିର ପାଖ ବୁଲାଣି ଠାରେ ଦୁଇ ବାଇକ୍ ମୁହାମୁହି ହୋଇ ଦୁଇ ଜଣ ଗୁରୁତର ଥିବାବେଳେ ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ବିଜେପୁର ବାତେରପଡ଼ା ଗାଁର ରାମ ମାଝୀ(୩୫) ସ୍ତ୍ରୀ ତୁଳସୀ ମାଝୀ(୨୨) ଦୁଇ ବର୍ଷ ର ଶିଶୁକନ୍ୟା ସହ ସକାଳେ କଲ୍ୟାଣସିଂହପୁର ବଜାରକୁ ଆସି କିଣାକିଣି କରି ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ନାରାୟଣପୁର ପଞ୍ଚାୟତର ଖଟଗନ୍ଥା ଗାଁର ଆରର୍ଜୁ କର୍ସିକା(୩୭) ପାଦୁଲୁଗୁଡ଼ା ଯାଇ ଫେରୁଥିବା ବେଳେ ଦୁଇ ଗାଡ଼ି ମୂହାମୁହି ଧକା ହୋଇଯାଇଥିଲା ଫଳରେ ରାମ ମାଝୀ ଓ ଆର୍ଜୁ ଙ୍କ ଅବସ୍ଥା ଗୁରୁତର ରହିଛି ଆର୍ଜୁ ଙ୍କର ଡାହାଣ ହାତ ଗଭୀର ଆଘାତ ହୋଇଥିବା ବେଳେ ରାମ ଙ୍କ ମୁହଁ ମାଡ଼ ହେବା ସହ ଦାନ୍ତ ଭାଙ୍ଗି ଯାଇଛି ରାମ ଙ୍କ ସ୍ତ୍ରୀ ଓ ଶିଶୁ କନ୍ୟା ଅଳ୍ପକେ ବର୍ତି ଯାଇଛନ୍ତି । ଘଟଣା ସ୍ଥଳରେ ଆମ୍ବୁଲେନ୍ସ ପହଞ୍ଚି କଲ୍ୟାଣସିଂହପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ପହଞ୍ଚେଇ ଥିଲା ଏବଂ ପ୍ରାଥମିକ ଡାକ୍ତରୀ ଚିକିତ୍ସା ପରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ପ୍ରକିୟା ଜାରି ରଖିଛି।
Sign in
Sign in
Recover your password.
A password will be e-mailed to you.