ଗୋପାଳପୁର(ଶଙ୍ଖେଶ୍ୱର)ପଞ୍ଚାୟତରେ ପ୍ରାର୍ଥୀ ଚୟନ

0

ଜଗତସିଂହପୁର ରୁ ସୁମନ୍ତ କୁମାର ଦାସ- ଜଗତସିଂହପୁର ଜିଲ୍ଲା ତିର୍ତ୍ତଲ ବ୍ଲକ ଅନ୍ତର୍ଗତ ଗୋପାଳପୁର(ଶଙ୍ଖେଶ୍ୱର) ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଓ ପାର୍ଥି ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତିର୍ତ୍ତଲ ବିଧାୟକ ବିଜୟ ଶଙ୍କର ଦାସ କିଛିଦିନ ପୂର୍ବରୁ ପ୍ରତେକ ପଞ୍ଚାୟତରୁ ଆସାଇ ପାର୍ଥିମାନଙ୍କ ତାଲିକା ନେଇଥିଲେ। ଗତକାଲି ଗୋପାଳପୁର(ଶଙ୍ଖେଶ୍ୱର) ପଂଚାୟତ କଣ୍ଟୁଣିଆ ମନ୍ଦିର ପ୍ରାଙ୍ଗଣରେ ପଂଚାୟତ ସଭାପତି ତଥା ପୂର୍ବତନ ସରପଞ୍ଚ ନିଲୁ ଚରଣ ଜେନା ଙ୍କ ନେତୃତ୍ୱ ରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବିଧାୟକ ଶ୍ରୀ ଦାସଙ୍କ ତାଲିକା ଅନୁସାରେ ପଞ୍ଚାୟତ ସଭାପତି ନିଲୁ ଚରଣ ଜେନା ସରପଞ୍ଚ ପାର୍ଥି ଭାବେ ଆରତୀ ମାଝୀ ଓ ସମିତି ସଭ୍ୟା ଭାବେ ପଦ୍ମିନୀ ମାହାଳି ଙ୍କ ନାମ ଘୋଷଣା କରିଥିଲେ।

ଏହି ସମ୍ମିଳନୀରେ ପଞ୍ଚାୟତ ଯୁବ ସଭାପତି ଅତୃପ୍ତି ମହାପାତ୍ର, ସରପଞ୍ଚ କୃଷ୍ଣ ପ୍ରସାଦ ଦାସ, ସୁଧୀର ମହାନ୍ତି, ୨ ନମ୍ବର ଯୋନ ର ପର୍ଯ୍ୟବେକ୍ଷକ ପ୍ରସାଦ ମହାନ୍ତି, ନୟନ ମହାପାତ୍ର, ପ୍ରଭାକର ମଲ୍ଲ, ବାବାଜୀ ବିଶ୍ୱାଳ, ପ୍ରଭାକର ମଲ୍ଲ, ଭଜନୀ ବିଶ୍ୱାଳ, କେଦାର ମହାନ୍ତି, ପ୍ରମୋଦ ମାଝୀ, ସଞ୍ଜୟ ସେଠି, କ୍ଷୀରୋଦ ଜେନା, ନିରଞ୍ଜନ ଜେନା, ବଳରାମ ମହାନ୍ତି, ଅନାମ ବେହେରା, ଅଞ୍ଜନ ସାହୁ, ଅର୍ଜୁନି ପୃଷ୍ଟି, ନୟନ ମହାପାତ୍ର, ସତ୍ୟ ପ୍ରସାଦ ମହାପାତ୍ର, ପ୍ରତାପ ଦାସ, ବାଙ୍କ ବିହାରୀ ଦାସ, ଲଳିତ ମୋହନ ଖୁଣ୍ଟିଆ, ବିଷ୍ଣୁ ଦାଶ, ବସନ୍ତ ଦାସ, ପ୍ରଭାସ ବେହେରା, ସୁବାସ ଦାସ, ସନ୍ତୋଷ ଦାସ, ବାବନ ଦାସ, ସୁନୀଲ ବେହେରା, ଅଶୋକ କୁମାର ମହାପାତ୍ର, ଦିଲୁ ମହାପାତ୍ର, ଚନ୍ଦ୍ରମଣି ମହାପାତ୍ର ଙ୍କ ସମତେ ଶତାଧିକ ବିଜୁ ଜନତା ଦଳ ସମର୍ଥିତ କର୍ମୀ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.