ଭୁବନେଶ୍ୱର : ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ନ୍ୟୁରୋ ସର୍ଜନମାନେ ଏକ ନବଜାତ ଶିଶୁଠାରେ ଥୋରାସିକ ଅଂଚଳରେ ବିରଳ ଅସ୍ଥିଯୁକ୍ତ ଲାଞ୍ଜ ଦେଖିବାକୁ ପାଇଛନ୍ତି ଯାହାକୁ ପୃଥିବୀର ପ୍ରଥମ ଏପରି ଘଟଣା କୁହାଯାଉଛି ।
ଜନ୍ମ ସମୟରେ ଶିଶୁମାନଙ୍କ ପୃଷ୍ଠ ଭାଗରେ ଲାଞ୍ଜ ଭଳି ବୃଦ୍ଧି ପାଉଥିବା ଅଂଶ ଏ ପର୍ଯ୍ୟନ୍ତ ୧୯୫ଟି ଘଟଣାରେ ଦେଖାଯାଇଛି ଯାହା ମଧ୍ୟରୁ ୨୬ ଜଣ ଶିଶୁଙ୍କ କ୍ଷେତ୍ରରେ ଏହି ବୃଦ୍ଧି ମେରୁଦଣ୍ଡର ଶେଷ ଅଂଶ ଅର୍ଥାତ୍ କକ୍ସିଜିଲ୍ ଅଂଚଳରେ ଦେଖିବାକୁ ମିଳିଥିଲା ବୋଲି ବିଶିଷ୍ଟ ନ୍ୟୁରୋସର୍ଜନ ତଥା ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡ଼) ଅଶୋକ କୁମାର ମହାପାତ୍ର ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ମାତ୍ର ଏହି ଶିଶୁ କ୍ଷେତ୍ରରେ ଏହି ବୃଦ୍ଧି ଥୋରାସିକ ଅଂଚଳରେ ଦେଖିବାକୁ ମିଳିଥିଲା ଯାହା ବିଶ୍ୱର ପ୍ରଥମ ଏପରି ଘଟଣା ବୋଲି ପ୍ରଫେସର (ଡ) ମହାପାତ୍ର କହିଛନ୍ତି ।
ଏହିପରି ଲାଞ୍ଜ ଏକ ବିରଳ କନଜେନିଟାଲ ଅବସ୍ଥା । ସମ୍ ହସ୍ପିଟାଲରେ ପ୍ରଫେସର (ଡ) ମହାପାତ୍ର ଓ ଡକ୍ଟର ରାମଚନ୍ଦ୍ର ଦେଓ ଶିଶୁଟିର ସଫଳ ଅସ୍ତ୍ରୋପଚାର କରି ଏହି ଲାଞ୍ଜକୁ ବାହାର କରିପାରିଛନ୍ତି । ଗତ ନଭେମ୍ବର ୨୫ ତାରିଖରେ ଶିଶୁଟିର ଏକା ଥରେ ୩ଟି ଅସ୍ତ୍ରୋପଚାର କରାଯାଇଥିଲା । ଶିଶୁଟିର ଅବସ୍ଥା ଭଲ ରହିଛି ।
ପ୍ରଫେସର (ଡ଼) ମହାପାତ୍ର ଏହିପରି ଘଟଣା ଘଟିଥାଏ ଓ ଏ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ଆବଶ୍ୟକ ବୋଲି କହିଥିଲେ । ସାଧାରଣତଃ ଶିଶୁମାନଙ୍କ ଜନ୍ମ ପୂର୍ବରୁ ଏହି ଲାଞ୍ଜଟି ଉଭେଇଯାଇଥାଏ ଓ ଟେଲ ବୋନ ଭାବରେ ଶରୀରରେ ରହିଥାଏ ବୋଲି ସେ କହିଥିଲେ ।
ନ୍ୟୁରୋସର୍ଜନ ଡକ୍ଟର ସୌଭାଗ୍ୟ ପାଣିଗ୍ରାହୀ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post