ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ମାଧ୍ୟମରେ ମୋହନ ସୁନ୍ଦର ଓଡ଼ିଶାର ସିନେମା ଶିଳ୍ପର ଅୟମାରମ୍ଭ କରିଥିଲେ

0

ଭୁବନେଶ୍ୱର : ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀମା ବିବାହର ପ୍ରଯୋଜକ ତଥା ଅଭିନେତା ଓଡ଼ିଶାର ମଞ୍ଚନାଟକ, ଥିଏଟର, ନୃତ୍ୟ, ସଂଗୀତର ଭୀଷ୍ମ ପିତାମହ ମୋହନ ସୁନ୍ଦର ଦେବଗୋସ୍ୱାମୀଙ୍କ ୭୪ତମ ଶ୍ରାଦେ୍ଧାତ୍ସବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆଜି ପ୍ରତୁ୍ୟଷରେ ଭୁବନେଶ୍ୱର ଉକ୍ରଳ ସଂଗୀତ ମହାବିଦ୍ୟାଳୟ ପରିସରସ୍ଥ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳୀରେ ମହା ସମାରୋହରେ କୋଭିଡ୍ ନିୟମ ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ପୂର୍ବତନ କର୍ପୋରେଟର ନରେନ୍ ସାହୁ, ଉମାନାଥ ମିଶ୍ର, ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ପକ୍ଷରୁ ସତ୍ୟବ୍ରତ ଜେନା, କଳାକାର ବୈକୁଣ୍ଠ ଭୋଇ, ରଞ୍ଜନ ନାୟକ, ଦୋଳଗୋବିନ୍ଦ ଦାସ, ହୃଷିକେଶ ବେହେରା, ଉକ୍ରଳ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ କାଳିପ୍ରସାଦ, ଚନ୍ଦ୍ରଶେଖର, ସୋମନାଥ, ରାକେଶ, ଭବାନୀଶଙ୍କର, ବଣ୍ଟି, ଗୁଡୁଲି, ସମରଜିତ୍, ଚିତ୍ତରଂଜନ, ବିଜୟ, ଗୌରହରି ପ୍ରମୁଖ ଯୋଗଦାନ କରି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଧୂପ, ଦୀପ ସମର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବକ୍ତାମାନେ ନିଜ ବକ୍ତବରେ ଓଡ଼ିଶାରେ ମଞ୍ଚ ନାଟକ, ରାସ, ସଂଗୀତ, ନୃତ୍ୟ, ପରମ୍ପରା ବିକାଶରେ ମୋହନ ସୁନ୍ଦର ଦେବଗୋସ୍ୱାମୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତାହ ବିବାହ ନିର୍ମାଣ କରି ସେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ଅୟମାରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ର ନିର୍ମାଣ ନିମନ୍ତେ ସେ ତାଙ୍କ ସମ୍ପତ୍ତି ବିକି୍ରବଟା କରିବା ସହ ଧାର, କରଜ କରି ସର୍ବସ୍ୱାନ୍ତ ହୋଇଥିଲେ ମଧ୍ୟ ରାଜ୍ୟରେ ଚଳଚ୍ଚିତ୍ର ଶିଳ୍ପର ଅୟମାରମ୍ଭ କରି ରାଜ୍ୟର ଗୌରବ ବୃଦ୍ଧି କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ପ୍ରତ୍ୟେକ ସଂଗୀତ, ନୃତ୍ୟ, ବାଦ୍ୟ ଛାତ୍ରଛାତ୍ରୀ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ରାଜ୍ୟରେ ଲୋକକଳା ନିଶ୍ଚିତ ଭାବରେ ବିକାଶ ସାଧନ ହୋଇପାରିବ । ଏହି ଅବସରରେ କଳାକାର ବୈକୁଣ୍ଠ ଭୋଇଙ୍କୁ ମୋହନ ସୁନ୍ଦର ଦେବଗୋସ୍ୱାମୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଲକ୍ଷ୍ମୀପ୍ରିୟା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.