କଚେରୀ ପରିସରରେ କରୋନା ଆକ୍ରାନ୍ତ

0

ସୁନ୍ଦରଗଡ଼ ସିଭିଲକୋର୍ଟ ପରିସରରେ ବ୍ୟାପକ ମାତ୍ରାରେ ତୃତୀୟ ଲହରୀ ଭୁତାଣୁ ଚିହ୍ନଟ ହେବାପରେ କଣ୍ଟେନମେଣ୍ଟ ଯୋନ ଘୋଷଣା କଲେ ସଦର ସବ କଲେକ୍ଟର

ସୁନ୍ଦରଗଡ଼ :- ସୁନ୍ଦରଗଡ ଜିଲ୍ଲାରେ ତୃତୀୟ ଲହରୀ ଓମିକ୍ରିମ ପ୍ରତେହ ଦିନ ଉଗ୍ରରୂପ ନେଇ ବଢ଼ି ଚାଲିଥିବା ବେଳେ ସୁନ୍ଦରଗଡ ସିଭିଲ କୋର୍ଟ ପରିସରରେ ବ୍ୟାପକ ମାତ୍ରାରେ ଏହି ଭୁତାଣୁ ବ୍ୟାପିବା ଜଣାପଡ଼ିଛି | ଯାହାଫଳରେ ଆଜି ସୁନ୍ଦରଗଡ ସବ କଲେକ୍ଟର ଅଭିମନ୍ୟୁ ବେହେରା ସମ୍ପୂର୍ଣ୍ଣ ସିଭିଲ କୋର୍ଟ ପରିସରକୁ କଣ୍ଟେଣ୍ଟ ମେଣ୍ଟ ଯୋନ ଭାବରେ ଘୋଷଣା କରିଛନ୍ତି ଯାହା ୧୧ ତାରିଖରୁ ୧୬ ତାରିଖ ଯାଏଁ ମେଡ଼ିକାଲ ଟିମ ,ସର୍ଭିସ ଟିମ ବ୍ୟତୀତ କୌଣସି ଗାଡ଼ି ମଟର କିମ୍ବା ବା ସାଧାରଣ ଜନସାଧାରଣ କୋର୍ଟ ପରିସର ଭିତରକୁ ପ୍ରବେଶ ପାଇଁ ନିଷେଧାଦେଶ ନାମା ଜାରିକରା ଯାଇଛି |ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍ ଗାଇଡଲାଇନ୍ କିପରି ଜନସାଧାରଣ ଠିକ୍ ଭାବେ ପାଳନ କରିବେ ତା’ଉପରେ ଧ୍ୟାନ ରଖିବାକୁ ମଧ୍ୟ ଉଲ୍ଲେଖ କରାଯାଇଛି | ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଯଦି ରାଜ୍ୟ ସରକାରଙ୍କ ପକ୍ଷରୁ ତିଆରି ହେଉଥିବା ଗାଇଡ଼ ଲାଇନକୁ ସାଧାରଣ ଲୋକ କିମ୍ବା ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ସୂଚାରୁରୂପେ ପାଳନ କରାଗଲା ହୁଏତ ଏହି ତୃତୀୟ ଲହରୀ ଭୁତାଣୁ କୁ ରୋକିବା ପାଇଁ ଅସୁବିଧା ହେବନାହିଁ କିନ୍ତୁ ଲୋକେ ଆଜିକାର ଦିନରେ ମଧ୍ୟ ଅମାନିଆ କହିଲେ ଭୂଲ ହେବନାହିଁ | ସହରରେ କିମ୍ବା ଗ୍ରାମାଞ୍ଚଳ ଗୁଡ଼ିକ ରେ ଜନସାଧାରଣ ମାକ୍ସ ହେଉ କିମ୍ବା ଦୂରତା ବଜାୟ ଠିକ ଭାବରେ ରଖୁନଥିବା ହିଁ ଜିଲ୍ଲାରେ ଭୂତାଣୁ ବ୍ୟାପିବା ମୁଖ୍ୟ କାରଣ ବୋଲି କିଛି ବରିଷ୍ଠ ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି |

Leave A Reply

Your email address will not be published.