ଜଗତସିଂହପୁର ଜିଲ୍ଲାରେ ଆଜିଠୁ ଆରମ୍ଭ ହେଲା କୋଭିଡ ବୁଷ୍ଠର ଡୋଜ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାରେ ଆଜିଠୁ ଆରମ୍ଭ ହେଲା କୋଭିଡୀ ମହାମାରୀର ତୃତୀୟ ଡୋଜ ବୁଷ୍ଠର ଟିକା। ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟର ନୂଆ ଓପିଡି ଠାରେ ତୃତୀୟ ଡୋଜ ବୁଷ୍ଠର ଟିକା ପ୍ରଦାନ କରାଯାଇ ଥିଲା । ସେହିଭଳି ଭାବରେ ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଏସପି ଉମେଶ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜଗତସିଂହପୁର ଥାନା ପରିସରରେ ବୁଷ୍ଠର ଡୋଜ ଟିକା କେନ୍ଦ୍ରର ଶୁଭାରମ୍ଭ କରିଥିଲେ। ଜଗତସିଂହପୁର ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁ ପ୍ରଥମେ ବୁଷ୍ଠର ଟୀକା ନେବାପରେ ଥାନାର ଅନ୍ୟ କର୍ମଚାରୀ ମାନେ ଯାହାର ଦ୍ୱିତୀୟ ଡୋଜ ଟୀକା ନେବାର 9 ମାସ ପୁରୀ ଯାଇଛି ସେମାନଙ୍କୁ ଟିକା ଦିଆଯାଇଥିଲା।ଏହି ଟୀକା ନେବା ପାଇଁ ଲୋକମାନଙ୍କ ମନରେ ପ୍ରବଳ ଆଗ୍ରହ ଦେଖି ବାକୁ ମିଳିଥିଲା।

 

 

Leave A Reply

Your email address will not be published.