ସିତାପୁର୍ ତୋଟା ଠାରେ ପ୍ରେସ କ୍ଲବ୍ କଲ୍ୟାଣସିଂହପୁର ସାମ୍ବାଦିକ ସଂଘର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0

କଲ୍ୟାସିଂହପୁର:ପ୍ରଦୀପ ଦଲାଇ,ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ସଂଘ ପ୍ରେସ୍ କ୍ଳବ୍ କଲ୍ୟାଣସିଂହପୁର ପକ୍ଷରୁ ନାରାୟଣପୁର ପଞ୍ଚାୟତରେ ଥିବା ସୀତାପୁର୍ ତୋଟା ଠାରେ ପ୍ରସ୍ତୁତି ଵୈଠକ ଅନୁଷ୍ଟିତ ହୋଇଯାଇଛି । ସଂଘର ସଭାପତି ଅକ୍ଷୟ ପିଡିସିକା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ଵୈଠକ୍ ରେ ଆଗାମୀ ଦିନ ପାଇଁ ସଂଘର କାର୍ଯ୍ୟସୂଚୀ ବିଷୟରେ ଚିନ୍ତନ କରାଗଲା ତାସହ ବୃକ୍ଷରୋପଣ, ରକ୍ତଦାନ ଶିବିର, ଶିତ ବସ୍ତ୍ର ବଣ୍ଟନ ଓ ଅନେକ ସଚେତନ ମୂଳକ କାର୍ଯ୍ୟକ୍ରମ ସବୁ କରିବାକୁ ନିଷ୍ପତି ନିଆଗଲା। ନୂତନ ବର୍ଷ ଉପଲକ୍ଷେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ କରାଯିବା ପାଇଁ ସମସ୍ତଙ୍କ ସହମତି ଲୋଡ଼ା ଯାଇ ଏହାପାଇଁ ଏକ ଦିନ ସ୍ତିର କରାଯିବ ବୋଲି ଆଲୋଚନା ହେଲା ଏବଂ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଭାତୃତ୍ବ ଭାବ ରଖି ସଂଘ କୁ ମଜବୁତ୍ କରିବା ପାଇଁ ସଂକଳ୍ପ ନିଆଗଲା ଏଥିରେ ସଭାପତି ଅକ୍ଷୟ ପିଡିସିକା ଙ୍କ ସହ ସମ୍ପାଦକ ସନ୍ତୋଷ କୁମାର ବଚ୍ଛା କୋଷାଧ୍ୟକ୍ଷ ମଣ୍ଟୁ ଦଣ୍ଡସେନା ଉପ ସଭାପତି ଧନେଶ୍ଵର ରାଉତ ସାଧାରଣ ସମ୍ପାଦକ ସନ୍ତୋଷ ଲମତା ଏବଂ ସକ୍ରିୟ ସଦସ୍ୟ ମାଲେସ କୌଶଲ୍ୟା, ପ୍ରଦୀପ ଦଳାଇ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.