ରକ୍ତଦାନ କରି ଜନ୍ମଦିନ ପାଳିଲେ ନୀଳକୁମାରୀ

0
  • ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀଙ୍କର ଜନ୍ମଦିନରେ ରକ୍ତଦାନ ଶିବିର

  • ରକ୍ତଦାନ କରି ଶୁଭେଛୁ ଜଣାଇଲେ ଜନ୍ମଦିନର ଶୁଭକାମନା

ବରଗଡ :- ବରଗଡ଼ ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାପତି ତଥା ଆମ୍ବଭନା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ନିଲକୁମାରି ନାୟକ ଙ୍କର ଆଜି ଥିଲା ଜନ୍ମଦିନ । ଏହି ଅବସରରେ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଡୁଙ୍ଗ୍ରି ସ୍ଥିତ ବିବେକାନନ୍ଦ ମହା ବିଦ୍ୟାଳୟରେ ଆଜି ଶ୍ରୀମତୀ ନୀଳ କୁମାରୀ ନାୟକଙ୍କ 34ତମ ଜନ୍ମ ଦିନ ପାଳନ ଅବସରରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଶ୍ରୀମତୀ ନାୟକ ଙ୍କର ପ୍ରତକ୍ଷ ତତ୍ୱବାଧାନରେ ଅୟୋଜିତ ଏହି ମେଗା ରକ୍ତଦାନ ଶିବିରରୁ ସର୍ବମୋଟ 104 ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଶିବିର ଆରମ୍ଭରେ ପ୍ରଥମେ ନିଜେ ଶ୍ରୀମତୀ ନାୟକ ରକ୍ତଦାନ କରିଥିଲେ । ପରେ ଉପସ୍ଥିତ ଅତିଥି ମାନଙ୍କର ଗହଣରେ କେକକାଟି ନିଜର ଜନ୍ମଦିନ ପାଳନ କରିଥିଲେ । ଆଜି ଏହି ଶିବିରରେ ବହୁ ସଂଖ୍ୟାରେ ମହିଳା ରକ୍ତଦାତା ସ୍ୱଇଛା ରେ ରକ୍ତଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ଶିବିରରେ ମୁଖ୍ୟଅତିଥି ଭାବେ ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର, ସମ୍ମାନୀତ ଅତିଥି ଭାବେ ସୋହେଲା ବ୍ଲକ ଅଧ୍ୟକ୍ଷ ଶ୍ରୀ ଜିବର୍ଧନ ବରିହା,ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁବ୍ରତ ବେହେରା, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ବିଜୁ ଯୁବ ଜନତା ଦଳର ଜିଲ୍ଲା IT କୋଡ଼ିନେଟର ଓ ଡିଜିଟାଲ ସେକ୍ରେଟାରୀ ଶ୍ରୀ ସୁରେଶ ବାଗ, ଭଟଲି ବ୍ଲକ ବିଜେଡି ସଭାପତି ଶ୍ରୀ ଗୋବିନ୍ଦ ପ୍ରଧାନ, ଜୀବନ ବିନ୍ଦୁ ଜିଲ୍ଲା ସହ ସଂଯୋଜକ ତଥା ସୁନାମଧନ୍ୟ ସ୍ବେଚ୍ଛାସେବୀ ସଂସ୍ଥା ନିଷ୍ଠା ପରିବାରର ସମ୍ପାଦକ ଶ୍ରୀ ଅଶ୍ୱିନୀ ତ୍ରିପାଠୀ,ବ୍ଲକର ବିଜେଡି ସଭାପତି – ସଭାନେତ୍ରୀ ଏବଂ ଦଳୀୟ ନେତ୍ରୁବୃନ୍ଦ ଯୋଗଦେଇ ଶ୍ରୀମତୀ ନାୟକଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଶିବରକୁ ସୁଚାରୁ ରୂପରେ ପରିଚାଳନା କରିଥିଲେ।

Leave A Reply

Your email address will not be published.