ସାପ୍ତାହିକ ହାଟ ଉଦ୍ଘାଟନ କଲେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି

0

କଲ୍ୟାସିଂହପୁର:ପ୍ରଦୀପ ଦଲାଇ/ ରାୟଗଡ଼ା ଜିଲ୍ଲା କୋଲନୋରା ବ୍ଲକର ଗାଡ଼ି ସେସଖାଲ୍ ପଞ୍ଚାୟତର କଲଟିଗୁଡ଼ା ଠାରେ ସାପ୍ତାହିକ ହାଟର ଶୁଭ ଉଦ୍ଘାଟନ କରିଛନ୍ତି କୋରାପୁଟ ଲୋକସଭା ସାଂସଦ ଶ୍ରୀଯୁକ୍ତ ସପ୍ତଗିରୀ ଶଙ୍କର ଉଲାକା। ପ୍ରଥମେ  ସାଂସଦ ପହଞ୍ଚିଲା ପରେ ସ୍ଥାନୀୟ ନେତା ଓ କର୍ମୀ ଙ୍କ ଉପସ୍ଥିତି ରେ ମହିଳା ମାନଙ୍କ ଦ୍ଵାରା ଫୁଲମାଳ ଦେଇ ସ୍ବାଗତ କରି ପାଛୋଟି ନେଇଥିଲେ ପାରମ୍ପରିକ ବାଜା ସାଙ୍ଗକୁ ମହିଳା ମାନଙ୍କ ହୁଳହୁଳି ମଧ୍ୟରେ ସାଂସଦ ସାପ୍ତାହିକ ହାଟର ମୁଖ୍ୟ ଫାଟକରେ ପହଞ୍ଚି ପୂଜାର୍ଚ୍ଚନା କରି ହାଟ ପରିସର ମଧ୍ୟରେ ପ୍ରବେଶ କରିଥିଲେ ତାପରେ ସୂଚନା ଫଳକ କୁ ଲୋକାର୍ପଣ କରିଥିଲେ ଏହା ପରେ ସ୍ଥାନୀୟ ନେତା କର୍ମୀ ଜନତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ହାଟ ପରିଚାଳନା ବିଷୟରେ ଆଲୋଚନା ହୋଇଥିଲା ତାସହ ଲୋକଙ୍କ ବିଭିନ୍ନ ସମସ୍ୟା ବିଷୟରେ ସାଂସଦ ପଚାରି ବୁଝିଥିଲେ।

ଦୀର୍ଘ ଦିନରୁ ଏଠାରେ ଏକ ସାପ୍ତାହିକ ହାଟ ପାଇଁ ଦାବୀ ଉଠି ଆସୁଥିଲା ଏଇ ଆଖପାଖ ଅଞ୍ଚଳର ଲୋକ ଙ୍କୁ କିଣା ବିକା କରିବା ପାଇଁ କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡ଼ା କିମ୍ବା ଜେକେପୁର୍ ଯିବାକୁ ପଡ଼ୁଥିଲା, ଯାହା ଦ୍ୱାରା ଲୋକଙ୍କ ପାଇଁ ଅନେକ ସମସ୍ୟା ଦେଖା ଯାଉଥିଲା | ଏବେ ଏଇ ଅଞ୍ଚଳରେ ସାପ୍ତାହିକ ହାଟ ହେବା ଦ୍ବାରା ଅଞ୍ଚଳର ଲୋକ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି। ସାଂସଦଙ୍କ ଗସ୍ତ ସମୟରେ ସ୍ଥାନୀୟ ସରପଞ୍ଚ ରଘୁନାଥ କଣ୍ଡାଗରି ବିଷମକଟକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ନୀଳ ମାଧବ ଉଲ୍ଲାକା, ଏସ ସି ସେଲ୍ ଜିଲ୍ଲା ଉପ ସଭାପତି ଚିତ୍ତରଞ୍ଜନ ଗାଣ୍ଟା ଓ କଂଗ୍ରେସ ଦଳର ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.